ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

୧୨୮ ବର୍ଷରେ ବାବା ଶିବାନନ୍ଦଙ୍କ ପରଲୋକ; ଭୂମିରେ ଶୋଉଥିଲେ ସିଝା-ଖାଦ୍ୟ ଖାଉଥିଲେ, ରୋଗ ଛୁଇଁ ପାରିନଥିଲା

Published By : Ankita S | May 4, 2025 10:05 AM

ନୂଆଦିଲ୍ଲୀ,୦୪/୦୩: ଆଉ ନାହାନ୍ତି ବାବା ଶିବାନନ୍ଦ । ବାରଣାସୀରେ ୧୨୮ ବର୍ଷ ବୟସରେ ଆଖି ବୁଜିଛନ୍ତି ଯୋଗ ଗୁରୁ ବାବା ଶିବାନନ୍ଦ । ଗତ ୩ ଦିନ ହେବ ସ୍ୱାସ୍ଥଗତ ସମସ୍ୟା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କର ନିଶ୍ୱାସପ୍ରଶ୍ୱାସରେ ସମସ୍ୟା ଥିଲା । ବାବା ଶିବାନନ୍ଦ ତାଙ୍କ ଜୀବନକୁ ଯୋଗ ଓ ସାଧନାରେ ସମର୍ପିତ କରିଥିଲେ । ତାଙ୍କୁ ୨୦୨୨ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି ସମ୍ମାନ ଗ୍ରହଣ କରିବାରେ ସେ ସବୁଠୁ ବୟସ୍କ ଥିଲେ ।

କିଏ ବାବା ଶିବାନନ୍ଦ ? ୧୮୯୬ ଅଗଷ୍ଟ ୮ରେ ବାବା ଶିବାନନ୍ଦ ଅଭିଭାଜିତ ବଙ୍ଗଳା ଶ୍ରୀହଟ ଜିଲ୍ଲା ହରିପୁର ଗାଁରେ ଗୌସ୍ୱାମୀ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ମାତ୍ର ୪ ବର୍ଷ ବୟସରେ ଘର ଛାଡିଥିଲେ । ୬ ବର୍ଷ ବୟସରେ ଯୋଗକୁ ଜୀବନର ଅଂଶ କରିଥିଲେ । ବାବା ଓଙ୍କାରନାଥ ଗୌସ୍ୱାମୀଙ୍କଠୁ ଦୀକ୍ଷା ଓ ଯୋଗ ଶିକ୍ଷା ନେଇଥିଲେ । ଶେଷ ସମୟ ଯାଏ ଯୋଗ ହିଁ ତାଙ୍କ ସହିତ ରହିଥିଲା । ଯୋଗକୁ ସେ ଆୟୁଷର ଆଧାର ବୋଲି କହିଥିଲେ । 

ରୋଗ ଛୁଇଁପାରିନଥିଲା- ୧୨୮ ବର୍ଷରେ ବି ଯୋଗ ଗୁରୁ ବାବା ଶିବାନନ୍ଦଙ୍କୁ ରୋଗ ଛୁଇଁ ପାରିନଥିଲା । ଏକଦମ୍ ଫିଟ୍ ଥିଲେ । ମୁଣ୍ଡ ତଳେ ବାଡି଼ର ତକିଆ ଦେଉଥିଲେ । ଭୂମିରେ ଶୋଉଥିଲେ । ସବୁବେଳେ ସିଝା ଖାଦ୍ୟ ଖାଉଥିଲେ । ଭୋକରେ ତାଙ୍କ ବାପାମାଆ ଓ ଭଉଣୀଙ୍କର ମୃତ୍ୟୁ ହୋଇଥିବା କହିଥିଲେ ବାବ ଶିବାନନ୍ଦ । ପିଲାଦିନୁ ସେ କେବଳ ଚାଉଳ ଗୁଣ୍ଡ ଖାଇବାକୁ ପଡିଥିଲା । ଯେବେ ସେ ତାଙ୍କ ଗୁରୁଙ୍କ ସମ୍ପର୍କରେ ଆସିଲେ ତେବେ ତାଙ୍କୁ ଭୋଜନ ଏବଂ ଯୋଗରୁ ମହତ୍ତ୍ୱ ବୁଝିଥିଲେ । ସେବେଠୁ ସ୍ଥିର ହୋଇଥିଲା ଯେ ଅଧାପେଟ ଭୋଜନ କରିବେ । ଭୋକର ପ୍ରକୃତ ଅର୍ଥ କଣ ସେ ଲୋକଙ୍କୁ କହିପାରିବେ । ଦୁନିଆ ଭ୍ରମଣ କରିବା ପରେ ସେ କାଶୀ ଆସିବା ପରେ ହିଁ ଶାନ୍ତି ଅନୁଭବ କରିଥିଲେ । ସିଝା ଖାଇବା ଖାଉଥିଲେ । ବାଡି ଓ କାଠ ତକିଆ ମୁଣ୍ଡ ତଳେ ଦେଇ ସବୁବେଳେ ଭୂମିରେ ଶୋଉଥିଲେ । ଯୋଗ ବଳରେ ଫିଟ୍ ରହିଥିଲେ । ୧୨୮ ବର୍ଷରେ ବି ସେ ନିଜ କାମ ନିଜେ କରୁଥିଲେ ।  ଅନେକଙ୍କ ପାଇଁ ପ୍ରେରଣା ପାଲଟିଥିଲେ ।

ଯୋଗଗୁରୁ ବାବା ଶିବାନନ୍ଦ ମହାରାଜଙ୍କୁ ୨୦୨୨ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରଯାଇଥିଲା । ଏହି ସମ୍ମାନ ନେବାକୁ ଯିବାବେଳେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଣାମ କରିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ଚୌକିରୁ ଉଠି ତାଙ୍କୁ ହାତଯୋଡି ପ୍ରଣାମ କରିଥିଲେ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ହାତରୁ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିଥିଲେ । ସେ କେବେ ଅସୁସ୍ଥ ହୋଇନଥିଲେ । ୧୨୮ ବର୍ଷରେ ବି ସେ ଯୋଗାଭ୍ୟାସ କରୁଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.