ରିଆଦ – ସାରା ବିଶ୍ୱରେ ଯୋଗର ପ୍ରସାରରେ ଭାରତର ରହିଛି ବଡ଼ ଅବଦାନ। ଏବେ ଏହି ଯୋଗ ସାରା ଦୁନିଆରେ ଧୂମ୍ ମଚାଉଛି। ସାଉଦୀ ଆରବରେ ମଧ୍ୟ ଯୋଗ ଲୋକଙ୍କର , ବିଶେଷକରି ମହିଳାଙ୍କର ଜୀବନରେ ସକରାତ୍ମକ ପରିବର୍ତ୍ତନ ଆଣିବାରେ ସଫଳ ରହିଛି। ସାଉଦୀ ଆରବର ପ୍ରଥମ ପ୍ରମାଣିତ ଯୋଗ ପ୍ରଶିକ୍ଷିକା ତଥା ପଦ୍ମଶ୍ରୀରେ ସମ୍ମାନିତ ଆରବର ପ୍ରଥମ ନାଗରିକ ନୌଫ ମରୱାଇ କହିଛନ୍ତି, ଦେଶର ଲୋକେ ୭ ବର୍ଷ ପୂର୍ବେ ବିନା କୌଣସି ସଙ୍କୋଚରେ ଯୋଗକୁ ଆପଣାଇ ନେଇଥିଲେ ଏବଂ ଏବେ ଏହା ପ୍ରାଚୀନ ଭାରତୀୟ ଶୈଳୀ ଏହି ଦେଶରେ ଖୁବ୍ ଲୋକପ୍ରିୟ ପାଲଟିଛି ଏବଂ ଏଥିରେ ମହିଳାଙ୍କ ପ୍ରଭୁତ୍ୱ ରହିଛି। ସେ କହିଛନ୍ତି , ସାଉଦୀ ଆରବର ଲୋକେ କେବେ ଯୋଗର ବିରୋଧ କରି ନାହାନ୍ତି ।
ମରୱାଇ ୨୦୧୭ରେ ସାଉଦୀ ଆରବରେ ଯୋଗର ଆରମ୍ଭ କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ଥିଲେ ଏବଂ ତାଙ୍କୁ ୨୦୧୮ରେ ଭାରତ ସରକାରଙ୍କ ଦ୍ୱାରା ପଦ୍ମଶ୍ରୀରେ ସମ୍ମାନିତ କରାଯାଇ ଥିଲା। ସେ ୨୦୨୧ରେ ସାଉଦୀ ଯୋଗ ସମିତିର ସ୍ଥାପନା କରି ଥିଲେ ଏବଂ ସେ ଆରବ ଯୋଗ ଫାଉଣ୍ଡେସନର ସଂସ୍ଥାପକ ତଥା ଅଧ୍ୟକ୍ଷ ଅଛନ୍ତି। ମରୱାଇ କହିଛନ୍ତି କି ଅଲ ବହଲା କ୍ଲବ୍ ଓ ସାଉଦୀ ଯୋଗ ସମିତି ଦ୍ୱାରା ମକ୍କାରେ ଆୟୋଜିତ ଦ୍ୱିତୀୟ ସାଉଦୀ ଓପନ ଯୋଗାସନ ଚମ୍ପିୟନସିପ୍ରେ ୫୬ ଜଣ ମହିଳା ଓ ୧୦ ପୁରୁଷ ଭାଗ ନେଇଥିଲେ।

ସୂଚନା ଆଧାରରେ ମରୱାଇଙ୍କୁ ଯେତେବେଳେ ୧୭ ବର୍ଷ ବୟସ ହୋଇଥିଲା, ତାଙ୍କୁ ଆଟୋଇମ୍ୟୁନ ରୋଗ ଲ୍ୟୁପସ ଏରିଥେମାଟୋସସ ହୋଇଥିବାର ଜଣାପଡ଼ି ଥିଲା। ସେ ଯୋଗ ପ୍ରତି ନିଜର ରୁଚି ବଢିବାକୁ ନେଇ ତାଙ୍କ ଜୀବନର ସେହି ପ୍ରମୁଖ ଘଟଣାକୁ କହିଥିଲେ , ଡାକ୍ତରମାନେ ମୋ ମାତା-ପିତାଙ୍କୁ କହିଥିଲେ କି ମୁଁ ଅଧିକ ଦିନ ବଞ୍ଚିବି ନାହିଁ। ମୋତେ ଯିବାକୁ ମନା କରାଗଲା ଏବଂ ସେତେବେଳେ ମୁଁ ରିଆଦରେ ଘରେ ହିଁ ଯୋଗାଭ୍ୟାସ କଲି। ମୋ ସ୍ୱାସ୍ଥ୍ୟରେ ଆଶ୍ଚର୍ଯ୍ୟଜନକ ଭାବେ ସୁଧାର ଆସିଲ। ଶେଷରେ ମୁଁ ଯୋଗ ବିଷୟରେ ଆହୁରି ଅଧିକ ଜାଣିବା ପାଇଁ ଭାରତ ଯିବାକୁ ନିଷ୍ପତ୍ତି ନେଲି।
ମରୱାଇ କହିଛନ୍ତି , ମୁଁ ୨୦୦୮ରେ ଯୋଗ ଓ ଆୟୁର୍ବେଦର ଅଧ୍ୟୟନ କରିବା ପାଇଁ ଭାରତ ଯାଇଥିଲି ଏବଂ ଏହା ମୋ ଜୀବନରେ ହୋଇଥିବା ବଡ଼ ପରିବର୍ତ୍ତନ ଥିଲା। ସାଉଦୀ ଆରବରେ ଯୋଗର ଆରମ୍ଭରେ ଆସୁଥିବା ସମସ୍ୟାର ପ୍ରଶ୍ନରେ ମରୱାଇ କହିଛନ୍ତି , ମୋତେ ଲାଗୁଛି କି ସାଉଦୀ ଲୋକଙ୍କୁ ଏହା ଜାଣିବାକୁ ଆବଶ୍ୟକତା ରହିଛି କି , ସେମାନେ ଯୋଗ କରୁଥିବା ବେଳେ ଏମିତି କିଛି କରୁ ନାହାନ୍ତି ଯାହା ତାଙ୍କ ଧର୍ମ ବିରୁଦ୍ଧ। ମରୱାଇ କହିଛନ୍ତି , ମୋ ମତରେ , ନିଜ ଜୀବନକୁ ଉନ୍ନତ କରିବା ପାଇଁ କୌଣସି ଦର୍ଶନର ଅଧ୍ୟୟନ କରିବା ଓ ଶିଖିବାରେ କୌଣସି କ୍ଷତି ନାହିଁ। ଏମିତି ଭାବେ ବୈଦିକ ଦର୍ଷନ ଓ ଯୋଗ ବେଦ ଭଳି ପୃଷ୍ଠଭୂମୀରୁ ଆସିଥାଏ। ବେଦ ସତରେ ବହୁତ ପ୍ରାଚୀନ ଏବଂ ମାନବତା ପାଇଁ ହଜାର ହଜାର ବର୍ଷରୁ ତାର ଅସ୍ତିତ୍ୱ ବଜାୟ ରଖିଛି।