​​​​​​​ନୂଆଦିଲ୍ଲୀ,୨୧/୦୯: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଏଥିରେ ଜଣେ ବ୍ୟକ୍ତି ଭୋଜନ ସାରି ରେସ୍ତୋରାଁରୁ ବାହାରି ଏକ ଛୋଟ ବିମାନରେ ବସୁଥିବା ଦେଖିବାକୁ ମିଳୁଛି । ବିମାନ ପାର୍କିଂରୁ ବାହାରି ଧୀରେ-ଧୀରେ ହାଇୱେକୁ ଆସୁଛି । ରାସ୍ତା ଫାଙ୍କା ହେବାମାତ୍ରେ ବିମାନ ଗତି କରୁଛି ଏବଂ କିଛି ସେକେଣ୍ଡ୍‌ରେ ଆକାଶରେ ଉଡ଼ିବାକୁ ଲାଗୁଛି । ସ୍ଥାନୀୟ ଲୋକେ ଏହି ଦୃଶ୍ୟ ଦେଖି ଚକିତ ହେଉଛନ୍ତି । ଇନ୍‌ଷ୍ଟାଗ୍ରାମ୍‌ରେ ନ୍ୟୁଜ୍‌ ବଜ୍‌ ହଟ୍‌ଲାଇନ୍‌ ଆକାଉଣ୍ଟ୍‌ରୁ ଶେୟାର ହୋଇଥିବା ଭିଡିଓଟି ଚାହୁଁ ଚାହୁଁ ଚର୍ଚ୍ଚାର vବିଷୟ ହୋଇଛି । ଜଣେ ୟୁଜର୍‌ ଲେଖିଛନ୍ତି, ବିମାନର ବେଗଓ ଟେକ୍‌-ଅଫ୍‌ ଚକିତ କରୁଛି । ଅନ୍ୟପକ୍ଷେ, ଆଲାସ୍କାର ଜଣେ ୟୁଜର୍‌ କହିଛନ୍ତି, ଏଠାରେ ଏହା ସାଧାରଣ କଥା । ଆଲାସ୍କାରେ ସର୍ବାଧିକ ଛୋଟ ବିମାନ ଓ ବୁଶ୍‌ ପାଇଲଟ୍‌ଅଛନ୍ତି । ଏଠାରେ ଲୋକେ ମଜା ନେବାକୁ ମଧ୍ୟ ବିମାନ ଯାତ୍ରା କରିଥାନ୍ତି । ଆଲାସ୍କାର ସୁଦୂର ଅଞ୍ଚଳରେ ସଡ଼କ ସୁବିଧାନାହିଁ । ଭୌଗୋଳିକ ପରିସ୍ଥିତି ମଧ୍ୟ ଜଟିଳ । ଏହି ସ୍ଥିତିରେ ଛୋଟ ବିମାନ ଏଠାରେ ଲୋକଙ୍କ ଦୈନନ୍ଦିନ ଜୀବନର ଅଂଶ ହୋଇଛନ୍ତି । ଲୋକେ ରେସ୍ତୋରାଁ, ଦୋକାନ କିମ୍ବା ଛୋଟଯାତ୍ରା ପାଇଁ ମଧ୍ୟ ବିମାନର ଉପଯୋଗ କରୁଛନ୍ତି ।