ପ୍ରମୂଖ ଖବର
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଲଜରୁ ଯୁବ ଇଞ୍ଜିନିୟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Published By : Gurupada Nath | February 16, 2025 10:56 PM

କାଶୀପୁର,୧୬/୨ : କାଶୀପୁର ବ୍ଲକ ଟିକିରି ଥାନା ପୋଲିସ ଗତକାଲି ସ୍ଥାନୀୟ ଏକ ଲଜରୁ ଜଣେ ଯୁବକର ଝୁଲନ୍ତା ମୃତ ଦେହକୁ ଉଦ୍ଧାର କରିଛି । ମୃତ ଯୁବକ ଜଣକ ତାମିଲନାଡୁ ରାଜ୍ୟର ତିରିଦି ଅଞ୍ଚଳର ଏସ ଅବଦୁଲ ହାସନ ବୋଲି ଜଣା ପଡ଼ିଛି । ସେ କୌଣସି ଏକ ମେଣ୍ଟାନାନ୍ସ କମ୍ପାନୀରେ ସିଭିଲ ଇଞ୍ଜିନିୟର ଭାବେ କାମ କରୁଥିବା ଜଣାପଡ଼ିଛି । ଯୁବକ ଜଣକ ଗତ କିଛି ଦିନ ହେବ ଟିକିରି ରାସ୍ତା ପାର୍ଶ୍ଵରେ ଥିବା ଫୁଲମା ଲଜର ୧୨୦ରୁମ ଭଡ଼ା ନେଇ ରହୁଥିଲେ । କିନ୍ତୁ ଗତକାଲି ସକାଳେ ଲଜ କର୍ମଚାରୀ ରୁମ ସଫା କରିବାକୁ ଯାଇଥିବାବେଳେ ଯୁବକ ଜଣକ ବେକରେ ଫାଶି ହୋଇ ଝୁଲୁଥିବା ଦେଖିବାକୁ ପାଇଥିଲେ ।

ଘଟଣା ସମ୍ପର୍କରେ ମ୍ୟାନେଜର ଜଣାଇବା ପରେ ଟିକିରି ଥାନାରେ ଏତଲା ଦିଆଯାଇଥିଲା । ପୁଲିସ ଏହାର ତଦନ୍ତ କରି ଘଟଣା ସମ୍ପର୍କରେ ସଂପୃକ୍ତି କମ୍ପାନୀ ଏବଂ ପରିବାର ଲୋକଙ୍କୁ ଜଣାଇ ଥିଲା ।ଆଜି ପରିବାର ଲୋକ ପହଞ୍ଚିବା ପରେ  ଶବ ବ୍ୟବଚ୍ଛେଦ ପାଇଁ କାଶୀପୁର ସିଏଚ ସି କୁ ପଠା ଯାଇଛି । ଏହି ଘଟଣାରେ ଟିକିରି ଥାନାରେ  ଅପମୃତ୍ୟୁ ମାମଲା ସଂଖ୍ୟା ୨/୨୫ରୁଜୁ କରି ତଦନ୍ତ ଜାରି ରଖି ଥିବାର ତଦନ୍ତ ଅଧିକାରୀମହେଶ୍ବର ପାଇକଙ୍କଠାରୁ ସୂଚନା ମିଳିଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.