କେନ୍ଦୁଝର,୦୪/୧୨: ହତାସ ପ୍ରେମିକର ଉନ୍ମକ୍ତ କାଣ୍ଡ। ଯେପରି ବୀରୁ ବାସନ୍ତିକୁ ପାଇବାକୁ ପାଣି ଟାଙ୍କିରେ ଚଢ଼ି ବାସନ୍ତିକୁ ମନାଇବାକୁ ଚେଷ୍ଟା କରିଥିଲେ। ସେହିପରି ଜଣେ ହତାସ ପ୍ରେମୀକ ନିଜ ପ୍ରେମିକାକୁ ପାଇବା ପାଇଁ ବିଦ୍ୟୁତ ଟାୱାର ଉପରେ ଚଢି ଆତ୍ମହତ୍ୟା ଧମକ ଦେଇଛନ୍ତି। ତେବେ କେନ୍ଦୁଝର ଟାଉନ ଥାନା ଜୁଡ଼ିଆ ଘାଟି ନିକଟରୁ ଏହି ଘଟଣା ସାମ୍ନାକୁ ଆସିଛି। ଯୁବକ ଜଣକ ସାହାରପଡ଼ା ଅଞ୍ଚଳର ବୋଲି ଜଣାପଡିଛି।
ସୂଚନା ମୁତାବକ, ଆଜି ସକାଳେ ଯୁବକ ଜଣକ ଆସି ବିଦ୍ୟୁତ ଖୁଣ୍ଟରେ ଚଢି ପ୍ରେମିକା ତା ସହ କଥା ନ ହେଲେ ଆତ୍ମହତ୍ୟା କରିଦେବାକୁ ଧମକ ଦେଇଥିଲେ। ଖବରପାଇ ପୁଲିସ ଓ ଆଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଯୁବତୀ ଓ ଘର ଲୋକଙ୍କ ସହ ମୋବାଇଲରେ କଥା କରାଇଲା ପରେ ଯୁବକ ତଳକୁ ଓହ୍ଲାଇଥିଲେ । ପୁଲିସ ଯୁବକଙ୍କୁ ଥାନାକୁ ନେଇ ଅଧିକ ପଚରା ଉଚରା କରୁଛି।