ନୀଳଗିରି,୨୫/୧୧: ସେରଗଡ଼ ନିକଟ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା । ପିକଅପ୍‌ ଭ୍ୟାନ୍‌ ଧକ୍କାରେ ଇଞ୍ଜିନିୟର ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ମୃତକ ହେଲେ ରେମୁଣା ବ୍ଲକ ଅଧିନ ଭୀମପୁରା ଅଞ୍ଚଳର ଶୁଭମ ରାଜ ଏବଂ ଗୁରୁତର ଦିବ୍ୟରଞ୍ଜନ ପଣ୍ଡା ବୋଲି ଜଣା ପଡ଼ିଛି । ବାଲେଶ୍ୱର ଜିଲ୍ଲା ସେରଗଡ଼ ନିକଟ ଜାତୀୟ ରାଜପଥରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ବିସିଇଟିରେ ପଢୁଥିବା ଦୁଇ ଜଣ ଛାତ୍ର ବାଇକ୍‌ରେ ଯାଉଥିବା ବେଳେ ଏକ ପିକଅପ୍‌ ଭ୍ୟାନ୍‌ ଆସି ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଶୁଭମ ରାଜଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସାଙ୍ଗ ଦିବ୍ୟରଞ୍ଜନ ଗୁରୁତର ହୋଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଖନ୍ତାପଡା ପୋଲିସ ପହଞ୍ଚି ଯୁବକଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହ ଗୁରୁତର ଅବସ୍ଥାରେ ଦିବ୍ୟରଞ୍ଜନଙ୍କୁ ଉଦ୍ଧାର କରି ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ପୋଲିସ । ଏଥି ସହିତ ଘଟଣାର ତଦନ୍ତ ଆରମ୍ଭ କରି ପିକଅପ୍‌ ଭ୍ୟାନ୍‌ ଏବଂ ବାଇକ୍‌ ଜବତ କରିଛି ପୋଲିସ  ।