ପ୍ରମୂଖ ଖବର
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଧାର ଟଙ୍କା ମାଗିବାରୁ ଟାଙ୍ଗିଆରେ ଆକ୍ରମଣ କଲା ଦୁର୍ବୃତ୍ତ, ଯୁବକ ମୃତ

Published By : Harapriya Sethi | October 9, 2024 1:43 PM

ସୁନ୍ଦରଗଡ,୦୯/୧୦: ଲମଟି ଗାଁରେ ହତ୍ୟାକାଣ୍ଡ । ୧୨ ହଜାର ଟଙ୍କା ଧାର ଟଙ୍କା ମାଗିବାରୁ ଟାଙ୍ଗିଆରେ ଆକ୍ରମଣ କରି ଯୁବକକୁ ନିର୍ମମ ହତ୍ୟା । ମୃତକ ସଳିନ୍ଦ୍ର ମାଝି ଏବଂ ହତ୍ୟାକାରୀ ଦୁର୍ଜନ ମାଝୀ ବୋଲି ଜଣାପଡ଼ିଛି । ସୁନ୍ଦରଗଡ ଜିଲ୍ଲା ତଲସରା ଥାନା ଲମଟି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । 

ସୂଚନା ମୁତାବକ, କିଛିଦିନ ତଳେ ସଳିନ୍ଦ୍ରଙ୍କଠାରୁ ସେହି ଗାଁର ଦୁର୍ଜନ ମାଝୀ ୧୨ ହଜାର ଟଙ୍କା ଧାର ନେଇଥିଲେ । ବୁଧବାର ସଳିନ୍ଦ୍ର ଓ ତାଙ୍କ ଭାଇ ଧାର ଦେଇଥିବା ପଇସା ମାଗିବାକୁ ଯାଇଥିଲେ । ଏହି ସମୟରେ ରାଗି ଯାଇ ସଳିନ୍ଦ୍ରକୁ ଟାଙ୍ଗିଆରେ ଆକ୍ରମଣ କରିଥିଲା ଦୁର୍ଜନ ମାଝି । ଫଳରେ ଘଟଣାସ୍ଥଳରେ ସେ ଗୁରୁତର ହୋଇ ପଡ଼ିଥିଲେ । ଗୁରୁତର ଅବସ୍ଥାରେ ମେଡିକାଲ ନେବା ବାଟରେ ସଳିନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ଭାଇ ଏହି ଘଟଣା ସମ୍ୱନ୍ଧରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ତଲସରା ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଏହି ହତ୍ୟାକାଣ୍ଡ କରି ଦୁର୍ଜନ ମାଝୀ ଘଟଣାସ୍ଥଳରୁ ଫେରାର ହୋଇଛି । ହତ୍ୟାକାରୀକୁ ଖୋଜି ଘଟଣାର ତଦନ୍ତ ଚଳାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.