ନମୌଜା,୨୩|୭(ଆପ୍ର): ଆଳି ଥାନା ଅନ୍ତର୍ଗତ ଭୂଇଁପୁର ଗ୍ରାମପଂଚାୟତ ଅଧୀନ କଳମଡା ଶାସନ ଗ୍ରାମର ଜଣେ ଯୁବକ ବାଉଁଶ କାଟିବା ନିମନ୍ତେ ବିଲକୁ ଯାଇଥିବା ବେଳେ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ସୁଶାନ୍ତ ମଲିକ। ଯୁବକର ମୃତ୍ୟୁ କିଭଳି ଘଟିଲା ତାହାର କାରଣ ଜଣାପଡି ନାହିଁ।
ଆଳି ଥାନାରେ କଳମଡା ଶାସନ ଗ୍ରାମର ବାମଦେବ ମଲିକଙ୍କ ବଡ଼ ପୁଅ ସୁଶାନ୍ତ ମଲିକ ଙ୍କ ଏତଲା ଅନୁଯାୟୀ ତାଙ୍କ ସାନଭାଇ ପ୍ରଶାନ୍ତ (୩୮) ଦିବା ୧୦ ଘଟିକା ସମୟରେ ବିଲକୁ ବାଉଁଶ କାଟିବାକୁ ଯାଇ ଦୀର୍ଘ ସମୟ ଧରି ଫେରି ନ ଥିଲେ l ବହୁ ସମୟ ଖୋଜା ଖୋଜି କରିବା ପରେ ପ୍ରଶାନ୍ତ ଙ୍କୁ ଅଚେତ ଅବସ୍ଥାରେ ବାଉଁଶ ବୁଦାରୁ ଖୋଜି ପାଇଥିଲେ l ପରେ ତାଙ୍କୁ ସ୍ଥାନୀୟ ଲୋକେ ଏକ ଗାଡିରେ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ପ୍ରଶାନ୍ତଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଶବ ବ୍ୟବଛେଦ ହେଲା ପରେ ମୃତ୍ୟୁର କାରଣ ଜଣା ପଡିବ l