କୁଜଙ୍ଗ,୩/୬(ଆପ୍ର): ଆଜି ରାତିରେ ପାରାଦ୍ୱୀପ-ହରିଦାସପୁର ଟ୍ରେନ୍ ଲାଇନ୍ ର ଭୂତୁମୁଣ୍ଡାଇ ଠାରେ ଏକ ଅଭାବନୀୟ ଘଟଣା ଘଟିଛି। ଟ୍ରେନ ଦୁର୍ଘଟଣାରେ ଜଣେ ଯୁବକର ଦୁଇଟି ଗୋଡ଼ କଟି ଯାଇଥିବା ଦେଖିବାକୁ ମିଳିଛି। ଯୁବକର ଘର କୁଜଙ୍ଗ ଥାନା ପଙ୍କପାଳ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପରିଚୟ ମିଳିପାରିନାହିଁ। ତେବେ ଏହି ଦୁର୍ଘଟଣା କେମିତି ଘଟିଲା ସେନେଇ କିଛି ଜଣାପଡି ପାରିନାହିଁ। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।