ଛତ୍ରପୁର, ୨୪/୦୭ : ସ୍ତ୍ରୀର ମାନ୍ୟତା ଦାବି କରି ପ୍ରେମିକ ଘର ଆଗରେ ଯୁବତୀଙ୍କ ଧାରଣା। ଏକ ମାସରୁ ଉର୍ଦ୍ଧ୍ଵ ଦିନ ହେଲା ଯୁବକଙ୍କ ଘର ଆଗରେ ବସିଛନ୍ତି ଯୁବତୀ। ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ପ୍ରୟାଗି ଗ୍ରାମର କାମୁରାଜୁ ତରେଇଙ୍କ ଘର ଆଗରେ ଜଣେ ଯୁବତୀ ଏକ ମାସରୁ ଉର୍ଦ୍ଧ୍ଵ ସମୟ ଧରି ଧାରଣା ଦେଇଛନ୍ତି। ଆଜି ଘଟଣାସ୍ଥଳରେ ଏସଡିପିଓ ଚନ୍ଦନ ଘଡେଇ, ଆଇଆଇସି କୁମାର ମୁଦୁଲି ପହଞ୍ଚିଥିବା ବେଳେ କାଉନସିଲିଂ ପାଇଁ ବ୍ରହ୍ମପୁରରୁ ସକ୍ଷୀ ଟିମ୍ ଆସୁଥିବା ସୂଚନା ମିଳିଛି।
ସୂଚନାନୁଯାୟୀ, ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଅଞ୍ଚଳର ଜଣେ ଯୁବତୀ ହାଇଦ୍ରାବାଦରେ ଚାକିରି କରୁଥିବା ବେଳେ ରମ୍ଭା ଥାନା ପ୍ରୟାଗି ଗ୍ରାମର କାମୁରାଜୁ ତରେଇଙ୍କୁ ଭଲ ପାଇ ବସିଥଲେ। କାମୁରାଜୁ ପୁନେରେ କାମ କରୁଥିବା ବେଳେ ଫୋନ ଯୋଗେ ଦୁହିଁଙ୍କର ଯୋଗାଯୋଗ ହୋଇଥିଲା। ଧୀରେ ଧୀରେ ସମ୍ପର୍କ ବଢିଥିଲା। ଦୁହେଁ ସାଙ୍ଗ ହୋଇ ଗୋଟିଏ ଘରେ ରହିଥିଲେ। ଏହାପରେ ଯୁବତୀ ଜଣଙ୍କ ବାହା ହେବା ପାଇଁ କହିବାରୁ କାମୁରାଜୁ ବିବାହ କରିବାକୁ ମନା କରି ଦେଇଥିଲେ। ଏହାପରେ ଯୁବତୀ ଜଣଙ୍କ ପ୍ରୟାଗି ଗାଁକୁ ଆସି ଜୁନ ୨୧ ତାରିଖରୁ କାମୁରାଜୁ ତରେଇଙ୍କ ଘର ଆଗରେ ଧାରଣାରେ ବସିଛନ୍ତି। ପୁଅ ଘର ଏବଂ ଝିଅ ଘର ସହ ଗ୍ରାମବାସୀ ମଧ୍ୟସ୍ଥତା କରିଥିଲେ ମଧ୍ୟ ଏହାର ସମାଧାନ ହୋଇପାରି ନାହିଁ। ଆଜି ଘଟଣାସ୍ଥଳରେ ଏସଡିପିଓ ଚନ୍ଦନ ଘଡେଇ, ଆଇଆଇସି କୁମାର ମୁଦୁଲି ପହଞ୍ଚିଥିବା ବେଳେ କାଉନସିଲିଂ ପାଇଁ ବ୍ରହ୍ମପୁରରୁ ସକ୍ଷୀ ଟିମ୍ ଆସୁଥିବା ସୂଚନା ମିଳିଛି।