ସୁକିନ୍ଦା୩୧/୫, ମଙ୍ଗଳପୁର ଟମକା ରାସ୍ତାର କୁହିକା ନିକଟରେ ଏକ ଦୁର୍ଘଟଣାରେ ସାନଭାଇର ମୃତ୍ୟୁ ଘଟିଥିବା ବେଳେ ବଡ଼ଭାଇକୁ ଗୁରୁତର ହୋଇଛି। ମୃତକ ଜଣକ ହେଲେ କୁହିକା ଗ୍ରାମର  ଗୋପାଳ ମୁଣ୍ଡା।

କୁହିକା ଅଞ୍ଚଳର ସାଲ ମୁଣ୍ଡାଙ୍କ ପୁଅ ରାନ୍ଧ ମୁଣ୍ଡା(୧୯) ଓ କୃଷ୍ଣ ମୁଣ୍ଡାଙ୍କ ପୁଅ ଗୋପାଳ ମୁଣ୍ଡା(୧୮) ବାଇକରେ ଯାଉଥିବା ସମୟରେ ଦୁର୍ଘଟଣାର ଶୀକାର ହୋଇଥିଲେ। ଏହି ଦୁର୍ଘଟଣାରେ ଗୋପାଳ ମୁଣ୍ଡାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ବଡ ଭାଇ ରାନ୍ଧ ମୁଣ୍ଡା ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଶନିବାର   ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଗୋପାଳକୁ ମୃତ ଘୋଷଣା କରିବା ସହ ଗୁରୁତର ରାନ୍ଧକୁ ପ୍ରାଥମିକ ଚିକିତ୍ସା ପରେ  କଟକ ସ୍ଥାନାନ୍ତର କରିଥିଲେ। ସୁକିନ୍ଦା ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଜାରୀ ରଖିଛି।