ନୂଆଗଡ.୧୧।୧୧ (ଆପ୍ର ) : ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅଧିନସ୍ଥ ରା ଉଦୟଗିରି ଥାନା ରେବଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ବଡ ଭାଇର ଛୁରୀ ମାଡରେ ସାନ ଭାଇର ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ଅଜୟମ ଦଳବେହେରା (୨୫)।

ଅଜୟମ ଧାନ କାଟି ବିଲରୁ ଫେରିବା ପରେ ଗାଧୋଇବା ସକାଶେ ଯାଇଥିଲେ। ଏହି ସମୟରେ ସାନ ଭାଇ ସୁଦୀପ ଦଳ ବେହେରା ଏକ ଧାରୁଆ ଅସ୍ତ୍ର ଦ୍ଵାରା ଆକ୍ରମଣ କରିଥିଲା । ଯାହା ଫଳରେ ଘଟଣା ସ୍ଥଳରେ ବଡ ଭାଇର ମୃତ୍ୟୁ ହୋଇଥିଲା । ପରିବାର ଲୋକ ଏ ନେଇ ଥାନାରେ ଏତଲା ଦେଇଥିଲେ। ରା ଉଦୟଗିରି ପୋଲିସ ଘଟଣା ସ୍ଥଳରେ ପହଂଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ କରୁଛି।