ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ଜମି ବିବାଦ : ସାନ ଭାଇକୁ ଟାଙ୍ଗିଆରେ ହାଣିଲା ବଡ ଭାଇ

Published By : Prameya | January 28, 2025 11:20 PM

ମାଲକାନଗିରି /କାଲିମେଳା, ୨୮/୧ : ଜମି ବିବାଦକୁ କେନ୍ଦ୍ର କରି ସାନ ଭାଇକୁ ଟାଙ୍ଗିଆରେ  ହାଣିଲା ବଡ ଭାଇ ।  ମାଲକାନଗିରି ଜିଲ୍ଲାସ୍ଥ କାଲିମେଳା ଥାନା ଗୁମୁକା ପଞ୍ଚାୟତ ଅନ୍ତର୍ଗତ ତାଟିଗୁଡା ଗ୍ରାମରେ ଘଟିଛି ଏପରି ଘଟଣା। ମୃତକ ଜଣକ ହେଲେ ଭିମା ସୋଡି ।

 ବଡ଼ ଭାଇ ମାଡା ସୋଡି ଏବଂ ସାନ ଭାଇ ଭିମାଙ୍କ ମଧ୍ୟରେ ସୋମବାର ରାତିରେ  ଜମିଜମାକୁ କେନ୍ଦ୍ର କରି   ଝଗଡା ହୋଇଥିଲା ।   ମଙ୍ଗଳବାର ଅପରାହ୍ନ ତିନିଟା  ସମୟରେ  ଜମିରେ ଥିବା ଲାଡୀରେ ସାନ ଭାଇ ଭିମାଙ୍କ ମୃତ ଶରୀର ପଡିଥିବା ପରିବାର ଲୋକ ଦେଖିଥିଲେ।  ଖବର ପାଇ ଘଟଣା ସ୍ଥଳେ ପୋଲିସ ପହଞ୍ଚି ମୃତଦେହ ଜବତ  କରିଛି ।   ମାଡା ସୋଡିଙ୍କୁ ଗିରଫ କରିବା ସହ ଟାଙ୍ଗିଆକୁ ମଧ୍ୟ ପୋଲିସ   ଜବତ କରିଛି l କୋରାପୁଟରୁ ସାଇଣ୍ଟିଫିକ ଟିମ ଆସି ଘଟଣାର ତଦନ୍ତ କରିଛନ୍ତି।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.