ମାଲକାନଗିରି /କାଲିମେଳା, ୨୮/୧ : ଜମି ବିବାଦକୁ କେନ୍ଦ୍ର କରି ସାନ ଭାଇକୁ ଟାଙ୍ଗିଆରେ  ହାଣିଲା ବଡ ଭାଇ ।  ମାଲକାନଗିରି ଜିଲ୍ଲାସ୍ଥ କାଲିମେଳା ଥାନା ଗୁମୁକା ପଞ୍ଚାୟତ ଅନ୍ତର୍ଗତ ତାଟିଗୁଡା ଗ୍ରାମରେ ଘଟିଛି ଏପରି ଘଟଣା। ମୃତକ ଜଣକ ହେଲେ ଭିମା ସୋଡି ।

 ବଡ଼ ଭାଇ ମାଡା ସୋଡି ଏବଂ ସାନ ଭାଇ ଭିମାଙ୍କ ମଧ୍ୟରେ ସୋମବାର ରାତିରେ  ଜମିଜମାକୁ କେନ୍ଦ୍ର କରି   ଝଗଡା ହୋଇଥିଲା ।   ମଙ୍ଗଳବାର ଅପରାହ୍ନ ତିନିଟା  ସମୟରେ  ଜମିରେ ଥିବା ଲାଡୀରେ ସାନ ଭାଇ ଭିମାଙ୍କ ମୃତ ଶରୀର ପଡିଥିବା ପରିବାର ଲୋକ ଦେଖିଥିଲେ।  ଖବର ପାଇ ଘଟଣା ସ୍ଥଳେ ପୋଲିସ ପହଞ୍ଚି ମୃତଦେହ ଜବତ  କରିଛି ।   ମାଡା ସୋଡିଙ୍କୁ ଗିରଫ କରିବା ସହ ଟାଙ୍ଗିଆକୁ ମଧ୍ୟ ପୋଲିସ   ଜବତ କରିଛି l କୋରାପୁଟରୁ ସାଇଣ୍ଟିଫିକ ଟିମ ଆସି ଘଟଣାର ତଦନ୍ତ କରିଛନ୍ତି।