ମୁମ୍ବାଇ,୨୫/୩ : ଆଇପିଏଲ୍ ୨୦୨୬ ଆରମ୍ଭ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ବିକ୍ରି ହେବା ଖବର ସାମ୍ନାକୁ ଆସିଛି । ଫ୍ରାଞ୍ଚାଇଜକୁ କେତେକ କମ୍ପାନୀ ମିଶି କିଣିଛନ୍ତି । ଯେଉଁଥିରେ ଆଦିତ୍ୟ ବିରଲା ଗ୍ରୁପ ବି ସାମିଲ ରହିଛି । ଫ୍ରାଞ୍ଚାଇଜର ଦାୟିତ୍ବ ଆଦିତ୍ୟ ବିରଲା ଗ୍ରୁପର ଚେୟାରମ୍ୟାନ ମଙ୍ଗଲମ ବିରଲାଙ୍କ ପୁଅ ଆର୍ୟ୍ୟମନ ବିକ୍ରମ ବିରଲାଙ୍କୁ ଦିଆଯାଇଛି । ଏହା ମଧ୍ୟରେ ସୋସିଆଲ ମିଡ଼ିଆରେ ଅନନ୍ୟା ବିରଲାଙ୍କୁ ନେଇ ଚର୍ଚ୍ଚା ଦ୍ରୁତଗତିରେ ହେବାରେ ଲାଗିଛି । ଫ୍ୟାନ୍ସ ଜାଣିବାକୁ ଇଛୁକ ଅଛନ୍ତି କି ଅନନ୍ୟ ବିରଲା କିଏ ।
ପ୍ରକାଶ ଯେ, ଅନନ୍ୟା ଆଦିତ୍ୟ ବିରଲା ଗ୍ରୁପର ଚେୟାରମ୍ୟାନ କୁମାର ମଙ୍ଗଲମ ବିରଲାଙ୍କ ଝିଅ ଅଟନ୍ତି । ବଡ଼ ବ୍ୟବସାୟୀ ରାଜବଂଶରେ ଜନ୍ମ ହୋଇଥିବା ଅନନ୍ୟା ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । ଯାହା ଫଳରେ ତାଙ୍କ ନେଟଓ୍ବର୍ଥବି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଭେଟରାନ ବ୍ୟାଟର ବିରାଟ କୋହଲୀଙ୍କଠାରୁ ବି ଅଧିକ କୁହାଯାଉଛି । ପ୍ରକାଶ ଯେ, ଅନନ୍ୟା ଏକାସାଙ୍ଗରେ କେତେକ କାମ କରିବା ଲାଗି ପରିଚିତ ଅଟନ୍ତି । ଗଣମାଧ୍ୟମ ରିପୋର୍ଟ୍ସ ଅନୁସାରେ, ସେ ବିରଲା ଗ୍ରୁପର ବହୁ ବ୍ୟବସାୟରେ ନିର୍ଦେଶକର ଭୂମିକା ନିଭାଇଥାନ୍ତି । ଯେଉଁଥିରେ ଗ୍ରାସିମ ଇଣ୍ଡଷ୍ଟ୍ରି ଏବଂ ଆଦିତ୍ୟ ବିରଲା ଫ୍ୟାଶନ ଆଣ୍ଡ୍ ରିଟେଲ୍ ଲିମିଟେଡ୍ ସାମିଲ୍ ଅଛି ।
ଅନନ୍ୟା ବିରଲା ପ୍ରାୟ ୧୭ବର୍ଷ ବୟସରେ ‘ସ୍ବତନ୍ତ୍ର ମାଇକ୍ରୋଫିନ’ର ଆରମ୍ଭ କରିଥିଲେ । ଏହାସହ ସେ ଭାରତର ସବୁଠାରୁ କମ୍ ବୟସର ଉଦ୍ୟୋଗପତିଙ୍କ ମଧ୍ୟରୁ ଜଣେ ହୋଇଯାଇଥିଲେ । ବ୍ୟବସାୟ ବ୍ୟତୀତ ଅନନ୍ୟା ବିରଲା ଏକ ଅନ୍ତର୍ଜାତୀୟ ପପ୍ ଷ୍ଟାର୍ ରୂପରେ ବି ନିଜ ପରିଚୟ ସୃଷ୍ଟି କରିଥିଲେ । ବିଶ୍ବସ୍ତରରେ ୫୦୦ମିଲିୟନରୁ ଅଧିକ ଷ୍ଟ୍ରିମ୍ ସହ ସେ ଭାରତର ସବୁଠାରୁ ସଫଳ ଇଂରାଜୀ ପପ୍ ସଗୀତକାରଙ୍କ ମଧ୍ୟରୁ ଜଣେ । କୁହାଯାଏ କି ଅନନ୍ୟା କେବଳ ୯ବର୍ଷ ବୟସରେ ମ୍ୟୁଜିକ୍ ଶିଖିବାର ଅଭ୍ୟାସ କରି ଦେଇଥିଲେ ।