ନାଉଗାଁ,୨୨।୭: ଗାରୋଇ ନିକଟସ୍ଥ ଦେବୀନଦୀ ପଠାରେ ସ୍କୁଟି ରଖି ନଦୀକୁ ଡେଇଁ ଯୁବକ ନିଖୋଜ। ଯୁବକ ଜଣକ ହେଲେ ନାଉଗାଁ ଗ୍ରାମର ଆଶୁତୋଷ ପରିଜା। ଖବର ପାଇ ଦମକଳ ବାହନୀ ନଦୀରୁ ଯୁବକଙ୍କୁ ଖୋଜାଖୋଜି କରୁଛି।
ନାଉଗାଁ ଗ୍ରାମର ଦେବାଶିଷ ପରିଜାଙ୍କ ପୁଅ ଆଶୁତୋଷ ପରିଜା ଗାରୋଇ ନିକଟସ୍ଥ ଦେବୀନଦୀ ପଠାରେ ନିଜ ସ୍କୁଟି ରଖି ନଦୀକୁ ଡେଇଁ ପଡିଥିଲେ। ସ୍ଥାନୀୟ ଲୋକ ଏହା ଦେଖି ଦମକଳ ବାହିନୀଙ୍କୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ଯୁବକଙ୍କ ପତ୍ତା ମିଳି ନାହିଁ। ଆଶୁତୋଷ କଣିପଡାସ୍ଥିତ ପଲିଟେକନିକ୍ କଲେଜରେ ପଢୁଛି।