ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ବର୍ଷ ବର୍ଷ ଧରି ସରୁନି ରାସ୍ତା କାମ; ତୁଷୁରା-ବଲାଙ୍ଗୀର ରାସ୍ତା ଅବରୋଧ କଲା ୟୁଥ ଏକ୍ସନ କମିଟି

Published By : Anindita Ratha | June 25, 2025 3:11 PM

ଗୁଡଭେଲା /ତୁଷୁରା, ୨୫/୦୬: ଦୀର୍ଘ ବର୍ଷ ହେଲା ଅଧାପନ୍ତରିଆ ହୋଇପଡ଼ି ରହିଛି ବଲାଙ୍ଗୀର ଜିଲ୍ଲା ତୁଷୁରା ସହର ଭିତରେ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା। ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ ବୃଦ୍ଧି ପାଇଛି ଅସନ୍ତୋଷ। ଏନେଇ ଆଜି ମଧ୍ୟାହ୍ନ ୧୨ଟାରୁ ତୁଷୁରା-ବଲାଙ୍ଗୀର ରାସ୍ତାକୁ ଅବରୋଧ କରି  ଧାରଣାରେ ବସିଛନ୍ତି ୟୁଥ ଏକ୍ସନ କମିଟିର ସଭାପତି ଲିସନ ପ୍ରଧାନଙ୍କ ସହ କର୍ମକର୍ତ୍ତା । ଏହାକୁ ସମର୍ଥନ କରି ବିଧାୟକଙ୍କ ଏନଏସି ପ୍ରତିନିଧି ଜିତେନ୍ଦ୍ର ମହାପାତ୍ର, ଏନଏସି ଅଧ୍ୟକ୍ଷ ଅଜୟ ଜୟଶ୍ଵାଲ ମଧ୍ଯ ନିଜ ସମର୍ଥକଙ୍କ ସହ ସାମିଲ ହୋଇଥିଲେ। ସେପଟେ ରାସ୍ତାରୋକ ଯୋଗୁ ରାସ୍ତାର ଉଭୟ ପାର୍ଶ୍ବରେ ଗାଡ଼ି ମୋଟର ଛିଡ଼ା ହୋଇ ରହିଥିଲା । ଫଳରେ ଲୋକଙ୍କ ଯାତାୟାତଙ୍କ ସମସ୍ୟା ଉପୁଜିଥିଲା । ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ତୁଷୁରା ଥାନା ଅଧିକାରୀ ମନୋଜ ପ୍ରଧାନ  ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ପ୍ରକାଶ ଥାଉକି, ଦେଓଗାଁ-ତୁଷୁରା ରାସ୍ତାକୁ ଉନ୍ନତିକରଣ କରିବା ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ୮କୋଟି ୮୮ଲକ୍ଷ ଟଙ୍କାର ଟେଣ୍ଡର ହୋଇଥିଲା। ତୁଷୁରା ଉଡ଼ାଜାହାଜ ପଡ଼ିଆରୁ ଚାଣ୍ଟିପଦର ଶିବ ମନ୍ଦିର ପର୍ଯ୍ୟନ୍ତ ରାସ୍ତା କାମ ହୋଇଥାନ୍ତା। କିନ୍ତୁ ତୁଷୁରା ସହରାଞ୍ଚରେ ଥିବା ଜନସ୍ଵାସ୍ଥ୍ୟ ବିଭାଗ କାମ କରିବା ପାଇଁ ଅନୁମତି ଦେଉନଥିବାରୁ ଅଧାପନ୍ତରିଆ ନିର୍ମାଣାଧୀନ ରାସ୍ତା ପଡ଼ି ରହିଛି ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.