ବଣାଇ,୨୨।୧୨ : ଚାନ୍ଦିପୋଷ ଥାନାର ବିରତୋଳା ମନ୍ଦିର ନିକଟରେ ଥିବା ବ୍ରାହ୍ମଣୀ ନଦୀରେ ବୁଡି ଯୁବକ ଓ ଯୁବତୀଙ୍କ ମୃତ୍ୟୁ ଘଟିଛି ।
ଉଭୟ ରାଉରକେଲା ଅଂଚଳର ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଯୁବକ ଜଣକ ବାନ୍ଧମୁଣ୍ଡାର ତିଲକ ନଗରର ଜ୍ଞାନେନ୍ଦ୍ର ସ୍ୱାଇଁ ବୋଲି ଜଣା ପଢିଥିବା ବେଳେ ଯୁବତୀଙ୍କ ପରିଚୟ ମିଳିପାରିନାହିଁ । ଚାନ୍ଦିପୋଷ ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି ।