ପୁରୀ,୧୬/୦୯: ସମୁଦ୍ରକୂଳ ଥାନା ଅନ୍ତର୍ଗତ ପେଣ୍ଠକଟା ଚକ୍ରତୀର୍ଥ ନୂଆସାହିରେ ଜଣେ ମହିଳାଙ୍କ ହାତକୁ ପନିକିରେ ହାଣିଛି ଯୁବକ । ଆହତ ମହିଳା ହେଲେ ବାସନ୍ତୀ ନାୟକ(୪୦) । ବାସନ୍ତୀଙ୍କ ବାମ ହାତରେ ଦୁଇଟି ଗଭୀର ଆଘାତ ଲାଗିଛି। ତାଙ୍କୁ ପରିବାରଲୋକ ଉଦ୍ଧାର କରିବା ପରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ଚିକିତ୍ସା କରାଯାଇଥିଲା। ପରେ ଥାନାରେ ପୀଡ଼ିତ ଅଭିଯୋଗ କରିଥିଲେ। ପରେ ପୁଲିସ ଆକ୍ରମଣକାରୀ ଯୁବକ ବଳ ବେହେରାକୁ ଗିରଫ କରିଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ସୋମବାର ରାତ୍ର ୯ଟା ୩୦ରେ ବାସନ୍ତୀ ଘରେ ଥିବା ସମୟରେ ଉକ୍ତ ସାହିର ବଳ ବେହେରା ଦୁଆରେ ଗାଳିଗୁଲଜ କରୁଥିଲା । ସେ ବିରୋଧ କରିବାରୁ ବଳ ଘରକୁ ଯାଇ ଏକ ପନିକି ଆଣି ତାଙ୍କ ବାମ ହାତକୁ ହାଣି ଦେଇଥିଲା । ଏନେଇ ବାସନ୍ତୀ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୁକ୍ତ ବଳ ବେହେରାକୁ ଗିରଫ କରିଥିବା ଜଣାପଡ଼ିଛି। ଆଗକୁ ତାଙ୍କୁ କୋର୍ଟ ଚାଲାଣ କରାଯିବ।