ପୁରୀ, ୧୨/୦୫: ପୁରୀ ଜିଲ୍ଲା କଣାସ ଥାନା ଅନ୍ତର୍ଗତ ଗୋଲାବଜାରରେ ଦୋକନ୍ଦା ଗ୍ରାମର ମୃତ୍ୟୁଞ୍ଜୟ ଭାରିମଲ୍ଲଙ୍କୁ ମାଛକଟା ପନିକିରେ ହାଣିବା ପରେ ବୁଲେଟ୍ ଚଢ଼ାଇବା ମାମଲାର ମୁଖ୍ୟ ଅଭିଯୁକ୍ତ ସୁଧାଂଶୁ ମହାପାତ୍ର ଓରଫ ହାପି ସୋମବାର ପୂର୍ବାହ୍ଣରେ ପୁରୀ ଜେଏମ୍ଏଫ୍ସି କୋର୍ଟରେ ଆତ୍ମସମର୍ପଣ କରିଛି । କୋର୍ଟ ହାପିକୁ ଜେଲ୍ ପଠାଇଛନ୍ତି ।

ଏନେଇ ଜଣେ ବରିଷ୍ଠ ପୁଲିସ୍ ଅଧିକାରୀ କହିଛନ୍ତି, ଆକ୍ରମଣ ପରେ ହାପି ରାୟପୁରରେ ଲୁଚିଥିଲା । ସେଠାରେ ପୁଲିସ୍‌ର ସ୍ୱତନ୍ତ୍ର ଟିମ୍ ଘନ ଘନ ଚଢ଼ଉ କରିଥିଲା । ବିକଳରେ ସେ କୋର୍ଟରେ ଆତ୍ମସମର୍ପଣ କରିଛି । ତାକୁ ରିମାଣ୍ଡରେ ଆଣିବା ପରେ ପ୍ରକୃତ ସତ୍ୟ ଉନ୍ମୋଚନ ହେବ । ବର୍ତ୍ତମାନ ତାକୁ ରିମାଣ୍ଡରେ କେତେଦିନ ଅଣାଯିବ ତାହା କୌଣସି ଚୂଡ଼ାନ୍ତ ହୋଇନି । ହାପିକୁ ଜେରା ପରେ ଘଟଣାର ପର୍ଦ୍ଦାଫାସ ହେବ । ପୂର୍ବରୁ ପୁଲିସ ୫ ଜଣଙ୍କୁ ଗିରଫ କରିଥିଲା । ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି ।

ଅଧିକ ପଢ଼ନ୍ତୁ :-  କଣାସରେ ଯୁବକଙ୍କୁ ହାଣି ବୁଲେଟ୍ ଚଢ଼ାଇବା ମାମଲା: ୪ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ସୂଚନାଯୋଗ୍ୟ, ଗତ ୨ ତାରିଖ ସକାଳେ ମୃତ୍ୟୁଞ୍ଜୟ ଗୋଲାବଜାରକୁ ମାଛ ଆଣିବା ଲାଗି ଆସିଥିଲେ । ତାଙ୍କୁ ହାପି ସମେତ ୭ ଜଣ ପନିକିରେ ହାଣିବା ପରେ ବୁଲେଟ୍ ଚଢ଼ାଇ ଦେଇଥିଲେ । ଏନେଇ ମୃତ୍ୟୁଞ୍ଜୟଙ୍କ ଭାଇ ସୌମ୍ୟରଞ୍ଜନ ମହାଳିକ କଣାସ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ୪ ତାରିଖରେ ୪ ଜଣଙ୍କୁ ଗିରଫ କରିଥିଲା । ଗତ ୯ ତାରିଖରେ ମୁଖ୍ୟ ଅଭିଯୁକ୍ତକୁ ରାୟପୁରର ସମ୍ପର୍କୀୟଙ୍କ ଘରେ ଲୁଚାଇ ରଖିଥିବା ଅଭିଯୋଗରେ ଅନ୍ୟ ଜଣଙ୍କୁ ବାନ୍ଧିଥିଲ