ଚକାପାଦ,୧୮/୧୦(ଆ ପ୍ର) : ପସରା ପଞ୍ଚାୟତ ନନ୍ଦିନୀ ଗ୍ରାମର ଜଣେ ଯୁବକ ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ମୃତକ ଜଣକ ସୁବାଷ ପୃଷ୍ଟିଙ୍କ ପୁଅ ଗଣେଶ ପୃଷ୍ଟି(୩୨) । ସୂଚନା ଅନୁଯାୟୀ, ଗଣେଶ ନିଜ ଘର ପାଖରେ ଥିବା ପୋଖରୀକୁ ଶୌଚ ପାଇଁ ଯାଇଥିଲେ। ଅସାବଧାନତା ବଶତଃ ଗୋଡ଼ ଖସି ଯିବାରୁ ସେ ପାଣିରେ ବୁଡି ଯାଇଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ବ୍ରାହ୍ମଣପାଦ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଚକାପାଦ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଏବଂ ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ତଦନ୍ତ ଅଧିକାରୀ ଏ ଏସ ଆଇ ଶ୍ରଦ୍ଧାଞ୍ଜଳୀ ମଙ୍ଗରାଜ ସୂଚନା ଦେଇଛନ୍ତି।