ନୀଳଗିରି,୨/୧୦(ଆ.ପ୍ର):ନୀଳଗିରି ଥାନା ଅଧିନ ସୋନନଦୀ ନିକଟରୁ ଜଣେ  ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି।  ।   ମୃତ ଦେହ ନିକଟରୁ ଏକ ବ୍ୟାଗ ପୋଲିସ ଜବତ କରିଛି। ଯୁବକ ଜଣକ ମୟୁରଭଞ୍ଜ ଜିଲ୍ଲା ପଟିସାରି ଗ୍ରାମର ବିଜୟ ସିଂ ବୋଲି ବ୍ୟାଗରେ ଥିବା କାଗଜ ପତ୍ରରୁ ଜଣାପଡିଛି । 

କାଠପାଳ ନିକଟ ଦେଇ ଯାଇଥିବା ସୋନନଦୀ ନିକଟରେ ବୁଧବାର ସନ୍ଧ୍ୟାରେ କିଛି ଲୋକ ଜଣେ ଯୁବକ ତଳେ ପଡିଥିବାର ଦେଖିଥିଲେ । ପାଖରେ ଏକ ବ୍ୟାଗ ଓ ଜୋତା ମଧ୍ୟ ପଡିଥିଲା। ଏନେଇ ଅଯୋଧ୍ୟା ଫାଣ୍ଡିକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ଘଟଣା ସ୍ଥଳରେ ତଦନ୍ତ କରି ମୃତଦେହକୁ ଜବତ କରିଛି।  ଯୁବକ ଜଣକ ବିଷ ପିଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି।