ମାଲକାନଗିରି/ମାଥିଲି,୧୩।୮ (ଆପ୍ର): ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ମେକା ପଞ୍ଚାୟତ ଅନ୍ତର୍ଗତ ପୂଜାରିଗୁଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି  । ଚୁଆରେ ବୁଡି ଜଣେ ଯୁବକର ମୃତ୍ୟୁ ଘଟିଛି।  ମୃତ ଯୁବକ ଜଣକ ହେଲେ ପୁଜାରୀଗୁଡାର ଗ୍ରାମର ସୋନୁ ଗୌହ। 

ପୂଜାରୀଗୁଡା ଗ୍ରାମର ସୋନୁ ଗୌଡ (୩୦) ନିଜ ଗ୍ରାମ ନିକଟରେ ଥିବା  ଚୁଆରେ ପଡ଼ି ମୃତ୍ୟୁ ଘଟିଥିଲା। ଏହାକୁ କିଛି ଗ୍ରାମବାସୀ ଦେଖିବା ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଓ ସମ୍ପର୍କୀୟମାନେ ପହଞ୍ଚି ମୃତ ଶରୀରକୁ ଉଦ୍ଧାର କରିଥିଲେ। ଏପରି ଦୁଃଖଦ ଖବର ପାଇ ମାଥିଲି ବିଜେଡି ବ୍ଲକ ସଭାପତି ସଦାଶିବ ପୁଜାରୀ ଘଟଣା ସ୍ଥଳରେ ପହଞ୍ଚି ମାଥିଲି ପୁଲିସକୁ ଖବର ଦେଇଥିଲେ। ସଙ୍ଗେ ସଙ୍ଗେ ମାଥିଲି ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ମାଥିଲି ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଥିଲେ।  ଶବ ବ୍ୟବଚ୍ଛେଦ ପରେ ପୋଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ପୁରା ଗାଁରେ ଶୋକାକୁଳ ପରିବେଶରେ ଶବ ସତ୍କାର ସମ୍ପନ୍ନ କରାଯାଇଛି।