ଗଜପତି ,୨୯।୫ : ହୋମଗାର୍ଡ ଚାକିରୀ ପାଇଁ ଆସି ଶାରୀରିକ ଦକ୍ଷତା ପରୀକ୍ଷା ଦେଇ ଅସୁସ୍ତ ହୋଇ   ଚିକିତ୍ସିତ ଅବସ୍ଥାରେ ଆଉ ଜଣେ ଯୁବକ ମୃତ୍ୟୁ ଘଟିଛି । ମୃତକ ହେଲେ ରାୟଗଡା ବ୍ଲକ ନାରାୟଣପୁର ଗ୍ରାମର ଦୀପକ ପାଡାଲା । 

ହୋମଗାର୍ଡ ଫିଜିକାଲ ଟେଷ୍ଟ ବେଳେ ଅସୁସ୍ଥ ହୋଇ ଦୀପକ ପ୍ରଥମେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ।  ସେଠାରୁ  ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା ।ବ୍ରହ୍ମପୁର ବଡ଼ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଛି ।

ଗଜପତି ଜିଲ୍ଲାରେ ଗୃହରକ୍ଷୀ ନିଯୁକ୍ତି ପରୀକ୍ଷା ଜାରି ରହିଛି। ୧୪୪ଟି ପଦବୀ ପାଇଁ ଜାରି ରହିଥିବା ଇଣ୍ଟରଭ୍ୟୁରେ ପ୍ରାୟ ୧୨ଶହ ଜଣ ଆଶାୟୀ ରହିଛନ୍ତି। ଗୁରୁବାର ସକାଳୁ ସେମାନଙ୍କ ଶାରିରୀକ ପରୀକ୍ଷା ଆରମ୍ଭ ହୋଇଥଲା । ରାଣିପେଣ୍ଠ ଠାରୁ ପଦ୍ମପୁର ଦୁଇ କିମି ରାସ୍ତାରେ ସକାଳୁ ଦୈାଡ ପରୀକ୍ଷା ଚାଲିଥିବା ବେଳେ ଅନେକ ପରୀକ୍ଷାର୍ଥୀ ଟଳି‌ପଡିଥିଲେ । ସେମାନଙ୍କ ମଧ୍ୟରୁ ୮ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସୁଲନ୍ତ ମିଶାଲଙ୍କୁ ମୃତ ଘୋଷଣା କରିଥିଲେ। ସମାନ ପରିସ୍ଥିତିରେ  ଅନ୍ୟ ୭ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଆହତମାନେ ହେଲେ ପାରଳାଖେମୁଣ୍ଡିର ପି.ବାବୁଜୀ, ଗୁମ୍ମାର ଅର୍ଫନ ପାଣି, ଗୋଷାଣୀର ସଞ୍ଜୟ ଶବର, କାଶୀନଗର ର ବାଳକୃଷ୍ଣ ଲିମ୍ମା, ନାରାୟଣପୁରର ଦୀପକ ପାଡାଲୁ, ଗୁରାଣ୍ଡିର ଶିବ ପ୍ରସାଦ ମହାପାତ୍ରଙ୍କ ଅବସ୍ଥା ସ୍ଥିର ଥିଲା l ହଠାତ ନାରାୟଣପୁର ଗ୍ରାମର ଦୀପକ ପାଡାଲୁ ଙ୍କ ସ୍ୱାସ୍ଥ୍ୟବସ୍ଥା ଉଦବେଗ ଜନକ ହେବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି l ଖବର୍ ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l ଆମେ ମିଶି ଇଣ୍ଟରଭ୍ୟୁ ଦେବାକୁ ଆସିଥିଲୁ। ତେବେ ଦୀପକର ମୃତ୍ୟୁ ସେମାନଙ୍କୁ ଖୁବ ଦୁଃଖ ଦେଇଥିବା କହିଛନ୍ତି ନାରାୟଣପୁର ଗାଁର ପରୀକ୍ଷାର୍ଥୀ ମାନେ । 

ଘଟଣାକୁ ନେଇ  ପରିବାର ଲୋକେ କହିଛନ୍ତି ଯେ, ଦୀପକଙ୍କ ସହ ତାଙ୍କ ସାନ ଭାଇ ଗୋବିନ୍ଦ ପାଡାଲୁ ଦୁଇ ଭାଇ ମିଶି ଇଣ୍ଟରଭ୍ୟୁ ଦେବାକୁ ଯାଇଥିଲେ। ବଡ଼ ଭାଇର ମୃତ୍ୟୁ ହୋଇଥିବା ବେଳେ ସାନ ଭାଇଙ୍କୁ ଚାକିରି ଦେବା ସହ ସରକାରୀ ସହାୟତା ଯୋଗାଇଦେବା ପାଇଁ ବାପା ସ୍ଵାମୀ ପାଡାଲୁ ଅନୁରୋଧ କରିଛନ୍ତି ।