ଯାଜପୁର, ୨୫।୨ : ଯାଜପୁର ଜିଲ୍ଲା କୁଆଖିଆ ଥାନା ଦର୍କୁଣ୍ଡି ଗ୍ରାମରେ ଅଭାବନୀୟ ଘଟଣା। ଘର ସମ୍ମୁଖରେ ବସିଥିବା ବେଳେ ଜଣଙ୍କ ଉପରେ ମାଡ଼ିଗଲା କାର। ଫଳରେ ଘଟଣାସ୍ଥଳରେ  ଜଣେ  ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ସେହି ଗ୍ରାମର ରଘୁନାଥ ଧଳ ।

ରଘୁନାଥ ନିଜ ଘର ସମ୍ମୁଖରେ ବସି ସୋରିଷ ବାଛୁଥିଲେ। ଏହି ସମୟରେ ଗାଁ ରାସ୍ତାରେ ଏକ କାର ଦ୍ରୁତଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ରଘୁନାଥଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗ୍ରାମବାସୀ କାର ଚାଳକଙ୍କୁ ଅଟକ ରଖି ପୋଲିସ ଜିମା ଦେଇଛନ୍ତି।