ସମ୍ବଲପୁର,୧୫।୩ : ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସାହୁ କଲୋନୀରେ ହତ୍ୟାକାଣ୍ଡ । ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ । ହୋଲି ଖେଳିବା ପରେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା । ମୃତ ଯୁବକ ଜଣକ ହେଲେ  ଆଦିତ୍ୟ ସାଲମା । 

ହୋଲି ଖେଳିବା ପରେ ପୂର୍ବ ଶତ୍ରୁତାକୁ ନେଇ ଆଦିତ୍ୟ ସାଲମାଙ୍କ ସହ  ସାହୁଲଙ୍କ  ବିବାଦ ଆରମ୍ଭ ହୋଇଥିଲା।  ଏହାକୁ ନେଇ  ସାହୁଲ ଆଦିତ୍ୟ ସାଲମାକୁ ଛୁରୀ ଭୁସି ହତ୍ୟା କରିଥିଲେ।  ତେବେ ହତ୍ୟା ପରେ  ଆଦିତ୍ୟଙ୍କ ମୃତଦେହ ଜିଲ୍ଲା ସଦର ମେଡିକାଲରେ ରଖାଯାଇଛି। ପରିସ୍ଥିତି   ଉତ୍ତେଜନା  ଥିବାରୁ   ହସ୍ପିଟାଲ  ପରିସରରେ ବ୍ୟାପକ ପୋଲିସ ମୂତୟନ ହୋଇଛନ୍ତି । ତେବେ ଆଦିତ୍ୟଙ୍କୁ ଘରୁ ଡାକିନେଇ ହତ୍ୟା କରାଯାଇଥିବା ମୃତକଙ୍କ ମା’ ଓ ଭଉଣୀ ଅଭିଯୋଗ କରିଛନ୍ତି । ଅନ୍ୟପଟେ ପୋଲିସ ଅଭିଯୁକ୍ତ ସାହୁଲ ସିଂକୁ ଗିରଫ କରିଥିବାବେଳେ ହତ୍ୟାରେ ବ୍ୟବହୃତ ଛୁରୀ ଜବତ କରିଛି ।