ପ୍ରମୂଖ ଖବର
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ବାଇକ୍ ଦୁର୍ଘଟଣାରେ ଯୁବକ ମୃତ

Published By : Suraj Kumar | July 5, 2025 6:29 PM

ଖଜୁରୀପଡ଼ା, ୫।୭ : ଖଜୁରୀପଡ଼ା ଥାନା ଅନ୍ତର୍ଗତ ଖୁସି ଢ଼ାବା ନିକଟରେ ଏକ ବାଇକ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଖଜୁରୀପଡା ଥାନା ଦଳପଡା ପଞ୍ଚାୟତ ବ୍ରଡିଗୁଡ଼ା ଗ୍ରାମର ଆଲୋକ କହଁର (୨୫)।

ସୂଚନା ମୁତାବକ, ଆଲୋକ କୌଣସି କାମରେ ଖଜୁରୀପଡ଼ା ଯାଇ ସେଠାରୁ ନିଜ ବାଇକ ଯୋଗେ ଫୁଲବାଣୀ ଆଡକୁ ଆସୁଥିବା ବେଳେ ଖୁସି ଢ଼ାବା ନିକଟସ୍ଥ ତେନ୍ତୁଳି ବାଙ୍କରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ।  ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ତାଙ୍କୁ ଖଜୁରୀପଡ଼ା ମେଡିକାଲକୁ  ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକଙ୍କ ମା’ ଦ୍ରୌପଦୀଙ୍କ ଏତଲା କ୍ରମେ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ପୁଲିସ ଘଟଣାର ତଦନ୍ତ କରୁଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.