ବରୀ,୨୭।୧୧ : ବରୀ -ବରୁଆଁ ମୁଖ୍ୟରାସ୍ତାର ଭୁରୁଙ୍ଗା ଛକ ନିକଟରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବାରୁ ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ହେଲେ ବରୀ ବ୍ଲକ ଭଅଁରା ପଞ୍ଚାୟତର ପଣସପଡ଼ା ଗ୍ରାମର କାର୍ତ୍ତିକ ମଲ୍ଲିକଙ୍କ ପୁଅ କୁନାଲ ମଲ୍ଲିକ(୩୦)।

ଏକ ବାଇକ ଯୋଗେ ବାଲିଆପାଳରୁ ନିଜ ଘରକୁ କୁନାଲ ଯାଉଥିଲେ। ବିପରିତ ଦିଗରୁ ବାଲିଆପାଳ ଅଞ୍ଚଳର ଉପେନ୍ଦ୍ର ବେହେରାଙ୍କ ପୁଅ ପିଣ୍ଟୁ ବେହେରା(୧୮) ବାଇକ ଯୋଗେ ଯାଉଥିଲେ। ଉଭୟ ବାଇକ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଦୁଇ ଜଣ ଗୁରୁତର ହୋଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମେଡିକାଲ ନେବା ବାଟରେ କୁନାଲ ମଲ୍ଲିକଙ୍କ ମୃତ୍ୟୁ ହୋଇଥିଲା। ପିଣ୍ଟୁ ବେହେରା ମଧ୍ୟ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଦୁଇଟି ଗାଡ଼ି ଜବତ କରି ଥାନା ରେ ରଖିଥିବା ଜଣାପଡ଼ିଛି।