ଫିରିଙ୍ଗିଆ,୨୧।୨ : ଘରୋଇ କଳହକୁ ନେଇ ଜଣେ ବ୍ୟକ୍ତି ବିଷ ପିଇ ଦେବାରୁ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ ଫିରିଙ୍ଗିଆ ଥାନା ଅଧୀନରେ ଥିବା ପବିଙ୍ଗିଆ ପଞ୍ଚାୟତର ବବଡିଙ୍ଗିଆ ଗାଁର ଜେନାପଢ଼ା ଦୟାସାଗର କହଁର।
ଗତ ୧୬ ତାରିଖରେ ଦୟାସାଗର ତାଙ୍କ ଘରେ ଲାଗିରହିଥିବା ଘରୋଇ କଳହକୁ ନେଇ ବିଷ ପାନ କରି ଦେଇଥିଲେ । ପରେ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଫିରିଙ୍ଗିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଫିରିଙ୍ଗିଆରୁ ଫୁଲବାଣୀ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଶନିବାର ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏହି ଘଟଣାରେ ଫିରିଙ୍ଗିଆ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।