ନୀଳଗିରି,୩/୧: ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଥିବା କୁଳଡିହା ଅଭୟାରଣ୍ୟରେ ଯୁବକକୁ ଦଳିଦେଲା ହାତୀ।ଘଟଣା ସ୍ଥଳରେ ଯୁବକର  ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଔପଦା ଶ୍ରୀଦେଇପୁର ଅଞ୍ଚଳର ବୈରାଗୀ ପାତ୍ର ।

ଔପଦା ଶ୍ରୀଦେଇପୁର ଅଞ୍ଚଳର ବୈରାଗୀ ପାତ୍ର ଜଙ୍ଗଲକୁ ଯାଇଥିଲେ।ଖୁମକୂଟ ହାତୀଗଣ୍ଡିଆ ଅଞ୍ଚଳରେ ଏକ  ହାତୀ ତାଙ୍କୁ ଆତର୍କିତ ଆକ୍ରମଣ କରି  ଦଳି ଦେଇଥିଲା। ଘଟଣାସ୍ଥଳରେ ବୈରାଗୀଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ କୁଳଡିହା ରେଞ୍ଜର ସୁବ୍ରତ ବେହେରା ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ମୃତଦେହ ଜବତ କରି ପୋଷ୍ଟମୋଟମ ପାଇଁ ପଠାଇଛନ୍ତି। ତେବେ କିଛିଦିନ ଧରି କୁଳଡିହା ହାତୀମାନେ ବ୍ୟାପକ ଉପଦ୍ରଵ କରି ଚାଲିଥିବା ବେଳେ ଅଞ୍ଚଳବାସୀ ଭୟଭୀତ ହୋଇପଡିଛନ୍ତି।