ବ୍ରଜରାଜନଗର,୧୬।୫ :  ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଗାନ୍ଧୀ ଛକ ଫାଣ୍ଡି ଅନ୍ତର୍ଗତ ରାଜପୁର ପଞ୍ଚାୟତ ଖଡ଼ିଆ ପଡାରେ ସୋମବାର ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ସୀତାରାମ୍ ଧୁରୁଆ ।

ପରିବାର ସଦସ୍ୟଙ୍କ କହିବା ଅନୁସାରେ ସୀତାରାମ୍ ଅପରାହ୍ନରେ ଘର ଭିତରେ ବସିଥିଲେ।  ହଠାତ୍ ବଜ୍ରପାତ ହେବାରୁ ସେ ଟଳି ପଡିଥିଲେ। ତୁରନ୍ତ ତାଙ୍କୁ ରାଜପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ  ଡାକ୍ତର ମୃତ ଘୋଷାଣ କରିଥିଲେ।  ଗାନ୍ଧୀ ଛ କ ଫା ଣ୍ଡି ଅଧିକାରୀ ମଦନ ନାୟକ ଘଟଣା ସ୍ଥଳରେ ପହଂଚି ଏକ୍ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି