ବଡ଼ମ୍ବା, ୧୩।୮  - ବଡ଼ମ୍ବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାରେ ଅବହେଳାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଭୁଲ ଇଞ୍ଜେକ୍ସନ ଦେବାରୁ  ଯୁବକଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ମୃତ ଯୁବକ ଜଣକ ହେଲେ ରାଜେଶ ବେହେରା।

ବଡ଼ମ୍ବା ବ୍ଲକ ଖାରୋଡ଼ ଗ୍ରାମର ରାଜେଶ ବେହେରା ଶରୀର ଅସୁସ୍ଥ ହେବାରୁ ସମ୍ପର୍କୀୟ ଭାଇଙ୍କୁ ସାଙ୍ଗରେ ଧରି ମୋଟରସାଇକେଲ ଯୋଗେ ବଡ଼ମ୍ବା ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ । ଡାକ୍ତର ଚିକିତ୍ସା କରୁଥିବା ସମୟରେ ରାଜେଶଙ୍କର ମୃତ୍ୟୁ ହୋଇଥିଲା ।  ଭୁଲ ଇଞ୍ଜେକ୍ସନ ଦେବାରୁ ତାଙ୍କର ମୃତ୍ୟୁ ଘଟିଛି ବୋଲି ପରିବାର ସଦସ୍ୟଙ୍କ ଅଭିଯୋଗ କରିଛନ୍ତି।  ଏନେଇ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି ।