କେନ୍ଦୁଝର ସଦର,୧୪/୬(ଆପ୍ର) ମାମୁଁ ଘରକୁ ବୁଲିବାକୁ ଆସିଥିଲା ଭଣଜା। ଅରଡେଇ ନଦୀରେ  ଗାଧୋଉଥିବା ବେଳେ ବୁଡ଼ି ଯାଇ  ଭଣଜା ମୃତ। ଏମିତି ଏକ ଅଭାବନୀୟ ଘଟଣା ଦେଖାଇବାକୁ ମିଳିଛି କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବୋଦାପଳସା ଅରଡେଇ ନଦୀ ଠାରେ ।  ମୃତକ ଜଣକ ହେଲେ ଦେବଗଡ  ଜିଲ୍ଲା ଗାଗୁଆପ୍ରଭାଶୁଣି ଗ୍ରାମର  ପ୍ରେମାନନ୍ଦ ମହାପାତ୍ରଙ୍କ ପୁଅ ପ୍ରବୀଣ ମହାପାତ୍ର (୧୬ )

ମାମୁଁ ନିଗମ କୁମାର ମହାରଣା ଘରକୁ ଭଣଜା ପ୍ରବୀଣ ମହାପାତ୍ର ଆସିଥିଲେ। ପ୍ରବୀଣ ଓ  ତିନି ଜଣ ସାଙ୍ଗସାଥୀ ହୋଇ ନଦୀକୁ ଗାଧେଇବା ଯାଇଥିଲେ ।  ଗାଧୋଉ ଥିବା ବେଳେ  ହଠାତ୍ ଗଭୀର ପାଣିରେ ବୁଡି ଯାଇଥିଲେ ଖବର ପାଇ ସ୍ଥାନୀୟ ଲୋକେ ଉଦ୍ଧାର କରି  ପ୍ରବୀଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି।  ଏ ନେଇ ସଦର ଥାନାରେ ଏକ  ମାମଲା ରୁଜୁ ହୋଇଛି।