ବାଲେଶ୍ବର,୨୧/୦୫: ଭୁଜାଲି ମାଡ଼ରେ ଯୁବକ ମୃତ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭୁଜାଲି ମାଡ ହୋଇଥିବା ସୂଚନା । ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଜୁଣବଳଦା ନିକଟରେ ଏହି ଘଟଣା ଘଟିଛି । ମୃତ ଯୁବକ ଜୁଣବଳଦା ଗାଁର ସଞ୍ଜିତ ମଲ୍ଲିକ। ଗୁରୁତର ଅବସ୍ଥାରେ ଯୁବକଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ବାଲେଶ୍ବର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡା଼କ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଆହୁରି ପଢନ୍ତୁ-Rath Khala Update: ରଥଖଳାରେ ଆଗେଇ ଚାଲିଛି ଚଉତା ବିନ୍ଧ ଓ ଅଖ ନିର୍ମାଣ, ଖୁବ୍ଶୀଘ୍ର ଆରମ୍ଭ ହେବ ଦଣ୍ଡା ନିର୍ମାଣ

ସୂଚନା ମୁତାବକ, ଗତକାଲି ସନ୍ଧ୍ୟାରେ କାମ ସାରି ସଞ୍ଜିତ ଘରକୁ ଫେରୁଥିବା ବେଳେ ତାଙ୍କୁ ପଦିମା ଗାଁର ଅନିକେତ ପାତ୍ର ଏବଂ ଅନ୍ୟ ଜଣେ ଯୁବକ ଆକ୍ରମଣ କରିଥିଲେ। ଅନିକେତ ଘଟଣାସ୍ଥଳରୁ ଫେରାର ହୋଇଥିବା ବେଳେ ଅନ୍ୟ ଜଣେ ଯୁବକଙ୍କୁ କାବୁ କରି ସ୍ଥାନୀୟ ଲୋକେ ପୁଲିସ ଜିମା ଦେଇଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ଦାବିରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିଲେ। ପୁଲିସ ବୁଝାସୁଝା କରିବା ପରେ ରାସ୍ତା ରୋକ ହଟିଥିଲା।