ସାଲେଭଟା,୧/୭ : ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଅଭିଯୋଗ। ବଲାଙ୍ଗୀର ଜିଲ୍ଲା ଆଗଲପୁର ଥାନା ଭରସୁଜାରେ ଏହି ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଯୁବକଙ୍କୁ ଏକ ଭାରିଯାନ ଧକ୍କା ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।
ସୂଚନାନୁଯାୟୀ, ମଙ୍ଗଳବାର ସକାଳେ ଭରସୁଜା ଗ୍ରାମର ଚାରିଛକ ଠାରେ ପ୍ରେମାନନ୍ଦ ଭୋଇ (୩୫ ବର୍ଷ)ଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ସୋମବାର ରାତିରେ ପ୍ରେମାନନ୍ଦଙ୍କ ଉପରେ ଏକ ଭାରିଯାନ ଚଢି ଯାଇଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।