ପ୍ରମୂଖ ଖବର
  • ଶେରଗଡ଼ : ଚୁଡି ଦୋକାନରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • କିଟ୍‌ ଛାତ୍ରୀ ମୃତ୍ୟୁ ଘଟଣା: ରିମାଣ୍ଡରେ ଆସିବ ଅଭିଯୁକ୍ତ ପୁରୁଷ ବନ୍ଧୁ
  • ||
  • କୂଅରୁ ମିଳିଲା ବଲାଙ୍ଗୀର : ୱାର୍ଡ଼ ମେମ୍ବରଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କିଟ୍ ଛାତ୍ରୀ ମୃତ୍ୟୁ ମାମଲା: ପୋଲିସକୁ ମିଲିଲା ସୁଇସାଇଡ୍‌ ନୋଟ୍‌
  • ||
  • AIIMSରେ ସିବିଆଇ ରେଡ୍‌, ନିଯୁକ୍ତି ସ୍କାମ୍‌ର ଚାଲିଛି ତାନାଘନା
  • ||
  • ବିରୋଧୀଙ୍କ ହଟ୍ଟଗୋଳରେ ଧୋଇଗଲା ପ୍ରଶ୍ନକାଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • କଟକ : ପରକୀୟା ପ୍ରୀତିକୁ ନେଇ ହତ୍ୟା, ଶାବଳରେ ପିଟି ପିଟି ୬୨ ବର୍ଷିୟ ବୃଦ୍ଧଙ୍କୁ ହତ୍ୟା କଲା ସ୍ୱାମୀ
  • ||
  • ବୋରିଗୁମ୍ମା : ରାସ୍ତା ମଝିରେ ଥିବା ଟ୍ରକ୍‌କୁ ପିଟିଲା ବାଇକ୍‌, ୨ ମୃତ
  • ||
  • ବାଲେଶ୍ୱର : ଭାରସାମ୍ୟ ହରାଇ ବରଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ୫ ଆହତ
  • ||
  • କଟକ : ଦେହରେ ଡିଜେଲ ଢାଳି ନିଜକୁ ଜାଳିଦେଲା ନାବାଳକ, କାରଣ ଅସ୍ପଷ୍ଟ
  • ||

ଗାଧୋଉଥିବା ବେଳେ ନଦୀରେ ବୁଡ଼ି ଯୁବକ ମୃତ

Published By : Prameya | January 11, 2025 7:11 PM

ଦାରିଙ୍ଗବାଡି,୧୧/୧ (ଆପ୍ର): ନଦୀରେ ଗାଧୋଉଥିବା ବେଳେ ବୁଡିଯାଇ ଜଣେ ଯୁବକର ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ  ବ୍ରାହ୍ମଣୀଗାଁ ଥାନା ଅଧୀନସ୍ଥ ଗଦାପୁର ଗ୍ରାମ ରଥ ସାହିର ଦିବ୍ୟଲୋଚନ ମହାକୁଡ଼ ।

ବ୍ରାହ୍ମଣୀଗାଁ ଥାନା ଅଧୀନସ୍ଥ ଗଦାପୁର ଗ୍ରାମ ରଥ ସାହିର ଯୁଧିଷ୍ଠିର ମହାଙ୍କୁଡ଼ଙ୍କ ୨୫ ବର୍ଷର ପୁଅ ଦିବ୍ୟଲୋଚନ ସକାଳୁ ସ୍ନାନ ଓ ଶୌଚ ପାଇଁ ନଦୀକୁ ଯାଇଥିଲେ। ଏହି ସମୟରେ ଗୋଡ ଖସିଯିବାରୁ ପାଣିରେ ବୁଡିଯାଇଥିଲେ। ନଦୀକୁ ଗାଧୋଇବାକୁ ଯାଇଥିବା ଅନ୍ୟ ଲୋକମାନେ ଦିବ୍ୟଲୋଚନ ପାଣିରେ ପଡ଼ି ରହିଥିବା ଦେଖି ତାକୁ ଉଦ୍ଧାର କରିଥିଲେ। ୧୦୮ ଆମ୍ବୁଲାନ୍ସ ଖବର ଦେଇ ଥିଲେ। ଆମ୍ବୁଲାନ୍ସ ଯୋଗେ ବ୍ରାହ୍ମଣୀଗାଁ ଡାକ୍ତରଖାନା ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ଦିବ୍ୟଲୋଚନ ମୃତ ବୋଲି ଘୋଷଣା କରିଥଲେ। ଏହାପରେ ପରେ ମୃତଙ୍କଙ୍କ ମାମୁଁ ବାଳକୃଷ୍ଣ ମହାକୁଡ ଥାନରେ ଏତଲା ଦେଇଥଲେ। ଥାନା ଅଧିକାରୀ ବିଜୟ କୁମାର ହାଇବୁରୁଙ୍କ ନିର୍ଦ୍ଦେଶକ୍ରମେ ଏଏସଆଇ ରମାକାନ୍ତ ସେଠି ଓ ଏଏସଆଇ ଶଙ୍କର ୱାଡ଼ାକା ମେଡ଼ିକାଲରେ ପହଞ୍ଚି ଘଟଣା ସମ୍ପର୍କରେ ତଦନ୍ତ କରିଥିଲେ।  ଶବ ବ୍ୟବଚ୍ଛେଦ ପରେ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.