ରାୟଗଡା, ୧୧।୪ : ରୋଗୀକୁ ଦେଖିବାକୁ  ସିକ୍ୟୁରିଟି ଛାଡିଲାନି। ସିକ୍ୟୁରିଟିକୁ ବନ୍ଧୁକ ଦେଖାଇ ମେଡିକାଲରେ ପଶିଗଲେ ଯୁବକ। ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଯୁବକ କାର୍ଯ୍ୟରତ ସିକ୍ଯୁରିଟି ଗାର୍ଡକୁ ବନ୍ଧୁକ ଦେଖାଇ ଭୟଭୀତ କରିଥିବା ଅଭିଯୋଗ ହୋଇଛି I  ଯୁବକଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁ

​​​​​​​ସୂଚନାରୁ ଜଣାପଡିଛି ଶନିବାର ସନ୍ଧ୍ୟାରେ ଜଣେ ଯୁବକ ମେଡିକାଲରେ ତାଙ୍କର ଜଣେ ଚିକିତ୍ସିତ ହେଉଥିବା ସମ୍ପର୍କୀୟଙ୍କୁ ଦେଖିବାକୁ ଆସିଥିଲେ I କାର୍ଯ୍ୟରତ ସୁରକ୍ଷକର୍ମୀ ନାଗ କୈଳାଶ ଓ ରାଜୁ ଯାକକା ଜଣେ ହିଁ ଭେଟିବାକୁ ଯାଇ ପାରିବେ ବୋଲି କହିଥିଲେ I ସୁରକ୍ଷା କର୍ମୀ ଅବରୋଧ କରିବାରୁ ସିକ୍ଯୁରିଟି ଗାର୍ଡଙ୍କୁ ଉକ୍ତ ଯୁବକ ପିସ୍ତଲ ଦେଖାଇ ଭୟଭୀତ କରି ୱାର୍ଡ କୁ ଯାଇଥିଲେ I ଏ ନେଇ ସୁରକ୍ଷା କର୍ମୀ ରାୟଗଡା ଟାଉନ ପୁଲିସ ଥାନା ଓ ମେଡିକାଲ କର୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ I ପରେ ସିକ୍ଯୁରିଟି ଗାର୍ଡ ସୁପରଭାଇଜର ନାଗେଶ ତାଡିଙ୍ଗି କିଛି ସୁରକ୍ଷାକର୍ମୀ ଙ୍କ ସହ ରାୟଗଡା ଥାନାକୁ ଯାଇ ପୁଲିସକୁ ଜଣାଇଥିଲେ I ଖବର ପାଇ ପୁଲିସ ସନ୍ଦିଗ୍ଧ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ବର୍ତ୍ତମାନ ସୁଦ୍ଧା ଏନେଇ ମେଡିକାଲ କର୍ତୃପକ୍ଷ ଥାନାରେ ପହଞ୍ଚି ନଥିବା ବେଳେ ଲିଖିତ ଅଭିଯୋଗ ହୋଇନାହିଁ I ରାୟଗଡା ପୁଲିସ ଘଟଣାରେ ତଦନ୍ତ କରୁଛି I ପୁଲିସ ଏନେଇ କୌଣସି ପ୍ରତିକ୍ରିୟା ଦେଇନାହିଁ I