ପାଳଲହଡ଼ା,୧୨/୬ : ଡଙ୍ଗାରେ ମାଛ ଧରିବାକୁ ଯାଇ ଯୁବକ ନିଖୋଜ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରେଙ୍ଗାଳି ଜଳ ଭଣ୍ଡାରରେ । ନିଖୋଜ ଯୁବକ ଜଣଙ୍କ ପାଲଲହଡ଼ା ବ୍ଲକ ଲାଣ୍ଡିଝରି ଗ୍ରାମର ଅନିଲ ଜାମୁଦା ବୋଲି ଜଣାପଡ଼ିଛି । ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ସୂଚନାଯୋଗ୍ୟ ଯେ, ଅନୁଗୋଳ ଜିଲ୍ଲା ପାଳଲହଡ଼ା ବ୍ଲକ ଲାଣ୍ଡିଝରି ଗ୍ରାମର ଅନିଲ ରେଙ୍ଗାଳି ଜଳଭଣ୍ଡାରକୁ ଡ଼ଙ୍ଗାରେ ମାଛ ମାରିବାକୁ ଯାଇଥିଲେ । ଏହି ସମୟରେ ଡଙ୍ଗାଟି ବୁଡ଼ି ଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଗୁରୁବାର ସନ୍ଧ୍ୟାରେ ବହୁତ ଜୋରରେ ପବନ ହେଉଥିବାବେଳେ ମଝି ନଦୀରେ ଡ଼ଙ୍ଗା ସହ ବୁଡ଼ି ଯାଇଥିବା କୁହାଯାଉଛି । ଖବରପାଇ ପାଳଲହଡ଼ା ଅଗ୍ନିଶମ ବିଭାଗ ଶୁକ୍ରବାର ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରୁଛି । ଖବର ଲେଖା ହେବା ପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିପାରିନାହିଁ।