ବୌଦ୍ଧ, ୧୮।୩ : ବାହାଘର ଭୋଜି ରନ୍ଧାକୁ କେନ୍ଦ୍ର କରି ଗୁଳିକାଣ୍ଡ । ଶାଳକକୁ ଗୁଳିମାଡ କଲା ଭିଣୋଇ। ଗୁଳିମାଡରେ ଶାଳକ ଗୁରୁତର। ବୌଦ୍ଧ ବଘିଆପଡା ଚାଲିଆପାଲିରେ ଘଟିଛି ଘଟଣା। ଗୁରୁତର ଜଣକ ହେଲେ ମିଥୁନ ମଲ୍ଲିକ। ମିଥୁନଙ୍କୁ ଗୁରୁତର ଅବସ୍ଥାରେ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଗ୍ରାମବାସୀ ଭିଣୋଇ ଏକାଦଶୀ ମଲ୍ଲିକକୁ କାବୁ କରି ପୁଲିସ ଜିମା ଦେଇଛନ୍ତି।

ଆହୁରି ପଢନ୍ତୁ : ୫.୫୬ କୋଟି ଟଙ୍କା ଠକେଇ, ବ୍ୟାଙ୍କ ଅଧିକାରୀ ଗିରଫ