ନବରଙ୍ଗପୁର,୧୭।୩ : ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଛୁରାମାଡ଼ । ନବରଙ୍ଗପୁର ସହରରେ ଦିନ ଦ୍ବିପହରେ ବିଚ ରାସ୍ତାରେ ଯୁବକଙ୍କୁ ଛୁରାମାଡ । ସହରର ପାଞ୍ଜିଆ ସାହି ନିକଟରେ ଟୁକୁନା ଗୌଡ଼ଙ୍କୁ ଛୁରା ମାଡ଼ ହୋଇଛି । ଏଥିରେ ଯୁବକ ଜଣକ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି।

ତିନି ରୁ ଚାରି ଜଣ ଯୁବକ ପାଞ୍ଜିଆ ସାହି ଠାରେ କଥାବାର୍ତ୍ତା ହେଉଥିଲେ। ଏହି ସମୟରେ କୋରାପୁଟ ଜିଲ୍ଲା ଜୟପୁରର କରଣ ହଠାତ ଆସି କେହି କିଛି ବୁଝିବା ପୂର୍ବରୁ ପ୍ରଥମେ ଟୁକୁନାଙ୍କ ଗାଲରେ ଦୁଇଟି ଚାପୁଡ଼ା ମାରିଥିଲା । ତେବେ ଉପସ୍ଥିତ ଅନ୍ୟ ଯୁବକମାନେ ଆକ୍ରମଣର କାରଣ ପଚାରିବାରୁ କରଣ ଉତକ୍ଷିପ୍ତ ହୋଇ ପକେଟରୁ ଛୁରା ବାହାର କରି ଟୁକୁନା ଗୌଡ଼ଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିଲାଲା । ଫଳରେ ଟୁକୁନାର ପ୍ରଚୁର ରକ୍ତ ଶ୍ରାବ ହୋଇଥିଲା ଏବଂ ଗୁରୁତର ହୋଇପଡିଥିଲେ । ସଙ୍ଗେ ସଙ୍ଗେ ଟୁକୁନା ଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରିବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । ଅପରପକ୍ଷରେ ଏନେଇ ପୋଲିସ ନିକଟରେ ସୂଚନା ଥିଲେ ମଧ୍ୟ ଥାନାରେ ମାମଲା ଦାୟର ହୋଇ ନ ଥିବାରୁ କାହାକୁ ଗିରଫ କରାଯାଇ ନ ଥିବା ସୂଚନା ଦେଇଛନ୍ତି ଏସଡିପିଓ କୃଷ୍ଣ ଚନ୍ଦ୍ର ଭତ୍ରା । ଉଭୟ ଟୁକୁନା ଗୌଡ଼ ଓ କରଣ ଉଭୟେ ଅସାମାଜିକ କାର୍ଯ୍ୟକଳାପ ରେ ଲିପ୍ତ ଥିବା ଏବଂ ତାଙ୍କ ନାମରେ ପୂର୍ବରୁ ପୋଲିସ ଥାନା ରେ ବିଭିନ୍ନ ମାମଲା ରୁଜୁ ହୋଇଥିବା କୃଷ୍ଣ ଚନ୍ଦ୍ର ଭତ୍ରା ସୂଚନା ଦେଇଛନ୍ତି । ଥାନାରେ ମାମଲା ରୁଜୁ ହେଲା ପରେ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି କହିଛନ୍ତି।