ପ୍ରମୂଖ ଖବର
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଭୂତମୁଣ୍ଡାଇ ମହାନଦୀ ପୋଲରୁ ଡେଇଁଲେ ଯୁବକ, ସର୍ଚ୍ଚ ଅପରେସନ ଜାରି

Published By : Harapriya Sethi | November 16, 2024 1:22 PM

ପାରାଦୀପ,୧୬/୧୧: ଭୂତମୁଣ୍ଡାଇ ମହାନଦୀ ପୋଲରୁ ଡେଇଁ ନିଖୋଜ ହୋଇଛନ୍ତି ଯୁବକ । ଯୁବକ ଜଣକ କୁଜଙ୍ଗ ମଙ୍ଗରାଜପୁର ଗ୍ରାମର ବିଭୁପ୍ରସାଦ ମାଝୀ ବୋଲି ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଆଗ୍ନିଶମ ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ଜଗତସିଂହପୁର ଜିଲ୍ଲା ଭୂତମୁଣ୍ଡାଇ ପୋଲରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ଯୁବକ ଜଣକ ଭୂତମୁଣ୍ଡାଇ ମହାନଦୀ ପୋଲ ଦେଇ ଯାତ୍ରା କରୁଥିଲେ । ଏହି ସମୟରେ ହଠାତ୍ ପୋଲ ଉପରୁ ନଦୀକୁ ଡେଇଁ ପଡ଼ିଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଏକ ଟିମ୍‌ ପହଞ୍ଚି ରର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ତେବେ ବର୍ତ୍ତମାନ ସୁଦ୍ଧା ଯୁବକଙ୍କର କୌଣସି ପତ୍ତା ମିଳି ପାରି ନାହିଁ । ତେଣୁ ସର୍ଚ୍ଚ ଅପରେସନ ଜାରି ରହିଛି । 

ସେପଟେ ପରିବାର ଲୋକେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ, ବିଭୁଙ୍କ ଭଉଣୀଙ୍କର ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁ ପରେ ସେ ମାନସିକ ଭାରସାମ୍ୟ ହରାଇଥିଲେ । ସେଥିପାଇଁ ସେ ମେଡିସିନ୍‌ ମଧ୍ୟ ଖାଉଥିଲେ।ଶନିବାର ସକାଳୁ ବିଭୁ ଚାଲିବା ପାଇଁ ଆସିଥିବା ବେଳେ ଏପର୍ଯ୍ୟନ୍ତ ତାଙ୍କର କୌଣସି ସନ୍ଧାନ ମିଳିନାହିଁ । ତେଣୁ ପରିବାର ଲୋକ ନଦୀରୁ ଡେଇଁ ଥିବା ଯୁବକ ବିଭୁ ବୋଲି ସନ୍ଦେହ କରୁଛନ୍ତି । ମୃତଦେହ ମିଳିଲା ପରେ ଯୁବକଙ୍କ ପ୍ରକୃତ ପରିଚୟ ମିଳି ପାରିବ । ତେଣୁ କୁଜଙ୍ଗ ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜା ଖୋଜି ଜାରି ରହିଛି । ଲକ୍ ଥାନା ପୋଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛନ୍ତି ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.