ନୂଆଦିଲ୍ଲୀ,୨୦/୧୦: ଆଜିକାଲି ପିଲାଠୁ ଆରମ୍ଭ କରି ବୁଢ଼ା ସମସ୍ତଙ୍କୁ ଘାରିଛି ରିଲ୍ସ ନିଶା । ରିଲ୍ସ କରି ରାତାରାତି ହେଉଛନ୍ତି ଭାଇରାଲ। ହେଲେ ଏହି ରିଲ୍ସ ବେଳେ ବେଳେ ଜୀବନ ପାଇଁ ସାଜୁଛି ଘାତକ । ତେବେ ଉତ୍ତରପ୍ରଦେଶର ଆଗ୍ରାରୁ ଆସିଛି ଏଭଳି କିଛି ଘଟଣା। ରିଲ୍ସ ନିଶାରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ। ତାଙ୍କ ମୁଣ୍ଡରୁ ଦେହ ଅଲଗା ହୋଇଯାଇଛି।

ସୂଚନା ମୁତାବକ,  ଜଣେ ଯୁବକ ରିଲ୍ସ ଭିଡିଓ ପାଇଁ ସ୍ଲୋ ମୋସନରେ ଏକ ଗୀତରେ ଡ୍ୟାନ୍ସ କରୁଥିଲେ। ଏହି ସମୟରେ ସେ ଗ୍ୟାଲେରୀରେ ତଳେ ଲାଗିଥିବା ଏକ ଲୁହା ଗ୍ରିଲକୁ ଉଠାଇଥିଲେ। ହେଲେ ନିୟନ୍ତ୍ରଣ ବିଗିଡିଯିବା ୟୋଗୁଁ ଯୁବକ ଜଣକ ତଳକୁ ଖସି ପଡ଼ିଥିଲେ ଏବଂ ତାଙ୍କ ମୁଣ୍ଡରୁ ଦେହ ଅଲଗା ହୋଇଯାଇଥିଲା। ଆଉ ଘଟଣାସ୍ଥଳରେ ହିଁ ଯୁବକଙ୍କ ମୃତ୍ୟୁ ହୋଇଥିଲା । ତେବେ ଏହି ଘଟଣାର ଭିଡିଓ ସିସିଟିଭିରେ କଏଦ ହୋଇଥିବା ବେଳେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।ତେବେ ୩୫ ସେକେଣ୍ଡର ଏହି ଭାଇରାଲ୍ ଭିଡିଓରେ ୫ ଜଣ ଯୁବକଙ୍କୁ ଦେଖିବାକୁ ମିଳିଛି। ଦୁଇ ଜଣ ଯୁବକ ତଳେ ବସିଛନ୍ତି। ଜଣେ ଯୁବକ ଦୋକାନର ସଟର ଖୋଲିବାକୁ ପ୍ରସ୍ତୁତ ହେଉଥିବାବେଳେ ସେଠାରେ ଆଉ ଜଣେ ଯୁବକ ଠିଆ ହୋଇ ନାଚୁଛନ୍ତି।

ଭିଡିଓରୁ ଜଣାପଡିଛି ଯେ ଯୁବକ ଜଣକ ଏକ ରିଲ୍ସ ଭିଡିଓ ତିଆରି କରୁଛନ୍ତି। ଏହି ସମୟରେ ସେ ଡ୍ୟାନ୍ସ କରି କରି ସ୍ଲୋ ମୋସନରେ ଆସୁଛନ୍ତି। ହଠାତ୍ ଯୁବକଟି ତଳେ ଥିବା ଲୁହା ଗ୍ରୀଲ୍‌କୁ ଉଠାଉଛନ୍ତି। ଏହାପରେ ତାଙ୍କର ନିୟନ୍ତ୍ରଣ ବିଗିଡି ଯାଇ ସେ ତଳକୁ ଖସି ପଡୁଛନ୍ତି। ସେଠାରେ ଉପସ୍ଥିତ ଥିବା ସମସ୍ତ ଯୁବକ ତାଙ୍କୁ ବଞ୍ଚାଇବାକୁ ଦୌଡୁଛନ୍ତି। କିନ୍ତୁ ସେତେବେଳକୁ ଯୁବକ ଜଣକ ମୁଣ୍ଡ ଗ୍ରୀଲରେ ଫସି ଯାଇ ତାଙ୍କ ଶରୀରରୁ ଅଲଗା ହୋଇଯାଉଛି। ତେବେ ମୃତ ଯୁବକଙ୍କ ନାମ ଆସିଫ ବୋଲି କୁହାଯାଉଛି।