ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ଭୀମକୁଣ୍ଡରେ ଯୁବକ ନିଖୋଜ ; ପତ୍ତା ପାଉନି ଅଗ୍ନିଶମ ବାହିନୀ

Published By : Prameya | January 26, 2025 7:11 PM

ଠାକୁରମୁଣ୍ଡା,୨୬/୧ :  ଯୁବକମାନେ ଭୋଜି ପାଇଁ ଆସିଥିଲେ l ମାତ୍ର ଖାଇବା ପୁର୍ବରୁ ଘଟିଲା ଅଘଟଣ l ଚାହୁଁ ଚାହୁଁ ଚାଲିଗଲା ଏକ ମୂଲ୍ୟବାନ ଜୀବନ l ଏଭଳି ଅଭାବନୀୟ ଘଟଣା ଘଟିଛି ଠାକୁରମୁଣ୍ଡା ଥାନା ଭୀମକୁଣ୍ଡ ପର୍ଯ୍ୟଟନ ସ୍ଥଳୀରେ l ଠାକୁରମୁଣ୍ଡା ବ୍ଲକ ଭୀମକୁଣ୍ଡ ପର୍ଯ୍ୟଟନସ୍ଥଳୀକୁ ପିକନିକ ପାଇଁ ଆସି ଜଣେ ଯୁବକ ନିଖୋଜ ହୋଇଯାଇଥିବା ଠାକୁରମୁଣ୍ଡା ଥାନାରେ ଅଭିଯୋଗ ହୋଇଛି l ବୈତରଣୀ ନଦୀର ଭୀମକୁଣ୍ଡ ନିକଟ ସାନକୁଣ୍ଡ ନିକଟରେ ଗାଧୋଉଥିବା ବିଶ୍ୱଜିତ ଦାସ (୧୯) ନାମକ ଯୁବକ ପାଣି ସ୍ରୋତରେ ଭାସି ଯାଇ ନିଖୋଜ ହୋଇଯାଇଥିଲେ l ଠାକୁରମୁଣ୍ଡା ଥାନାରେ ଅଭିଯୋଗ ପରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ମଧ୍ୟ କୌଣସି ସନ୍ଧାନ ପାଇନାହାନ୍ତି l 

ପ୍ରକାଶ ଯେ, ଜ୍ୟୋତି ମୋଟର୍ସ ଭୁବନେଶ୍ୱରରେ କାମ କରୁଥିବା କର୍ମଚାରୀ ରବିବାର ଭୋଜି ପାଇଁ ଭୀମକୁଣ୍ଡ ଆସିଥିଲେ l ଦିନ ୧୧ଟା ୩୦ରେ ପହଞ୍ଚିବା ପରେ ୪/୫ ଜଣ ଯୁବକ ଗାଧୋଇବାକୁ ବୈତରଣୀରେ ପଶିଥିଲେ l ପ୍ରାୟ ଦିନ ୧.୩୦ ସମୟରେ ବିଶ୍ୱଜିତର ଗୋଡ଼ ଖସି ଯାଇଥିଲା l ଫଳରେ ତାର ସନ୍ଧାନ ମିଳିନଥିଲା l ବିଶ୍ୱଜିତ ଦାସଙ୍କ ଘର ଜଗତସିଂହପୁର ବାଲିକୁଦା l ବାପାଙ୍କ ନାମ ନିତ୍ୟାନନ୍ଦ ଦାସ l ବିଶ୍ୱଜିତ ଡିପ୍ଲୋମା ଛାତ୍ର ଏବଂ ବାପା ମା’ଙ୍କ ଏକମାତ୍ର ପୁଅ ବୋଲି ଜଣାପଡିଛି l l ସେ ଅସ୍ଥାୟୀ ଭାବେ ଜ୍ୟୋତି ମୋଟର୍ସରେ କାମ କରୁଥିଲେ l ରବିବାର ପୁଣି ସାଧାରଣତନ୍ତ୍ର ଦିବସ ପାଇଁ ଭୋଜି କରିବାକୁ ଆସିଥିଲେ ଭୀମକୁଣ୍ଡ l ସନ୍ଧ୍ୟା ପର୍ଯ୍ୟନ୍ତ ଦମକଳ ବାହିନୀ ଠାବ କରିବାରେ ବିଫଳ ହେବା ପରେ ସୋମବାର ଓଡ୍ରାଫ ଟିମ ଆସିବ ବୋଲି ସୂଚନା ମିଳିଛି l 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.