ଚୁଡ଼ାପାଲି,୨।୧୧ - ବଲାଙ୍ଗିର ମାଗୁରବେଡ଼ା ସୁକତେଲ ଡ୍ୟାମରେ ଜଣେ ଗାଧୋଉ ଥିବା ବେଳେ ଭାସି ଯାଇ ଜଣେ ଯୁବକ ନିଖୋଜ ହୋଇଛି। ଯୁବକ ଜଣକ ହେଉଛନ୍ତି ଜଗତସିଂହପୁର ଅଞ୍ଚଳର ପ୍ରୀୟାନ୍ସ ମଲ୍ଲିକ।ସେ ବଲାଙ୍ଗିରର କୌଣସି ଏକ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟ କରୁଥିବା ଜଣାପଡିଛି।ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ଖୋଜାଖୋଜି କରୁଥିବା ବେଳେ ସନ୍ଧ୍ୟା ପର୍ଯ୍ୟନ୍ତ ଭାସି ଯାଇଥିବା ଥିବା ଲୋକଙ୍କ ଠାବ କରାଯାଇପାରିନାହିଁ।ରାତି ହେବାରୁ ଉଦ୍ଧାର କାର୍ଯ୍ୟ ସ୍ଥଗିତ ରଖାଯାଇଥିବା ସୂଚନା ରହିଛି।