ପ୍ରମୂଖ ଖବର
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ମରୁ ମରୁ ବଞ୍ଚିଲେ, ଭାଲୁ ଆକ୍ରମଣରେ ଯୁବକ ଗୁରୁତର

Published By : Swapna Ray | July 6, 2025 11:25 AM

କଳାହାଣ୍ଡି, ୬/୭: ସାଇକେଲରେ ଘରକୁ ଫେରୁଥିବା ବେଳେ ଭାଲୁ ଆକ୍ରମଣରେ ଯୁବକ ଗୁରୁତର । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ପୁଝାରିଗୁଡ଼ା ଗାଁର ରଘୁମଣି ପାତ୍ରଙ୍କୁ ଶନିବାର ରାତିରେ ଏକ ଭାଲୁ ଆକ୍ରମଣ କରିଥିଲା । ସାଇକେଲରେ ଘରକୁ ଫେରୁଥିବା ବେଳେ ଗାଁ ନିକଟସ୍ଥ ନୂଆପଡ଼ା ରାସ୍ତାରେ ଭାଲୁ ହାବୁଡ଼ର ଶିକାର ହୋଇଥିଲେ । 

ତେବେ କୌଣସି ପ୍ରକାରେ ଭାଲୁ ହାବୁଡ଼ରୁ ନିଜକୁ ରକ୍ଷା କରି ରଘୁମଣି ସୁରକ୍ଷିତ ଭାବେ ଘରେ ପହଞ୍ଚିଥିଲେ । ପରିବାର ଲୋକେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ସହାୟତାରେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଭାଲୁ ଆକ୍ରମଣରେ ଯୁବକଙ୍କ ଯୌନାଙ୍ଗରେ ଗଭୀର କ୍ଷତ ହୋଇଛି । ଯୁବକଙ୍କ ଚିକିତ୍ସା ଜାରି ରହିଛି । ତେବେ ଖବର ପାଇବା ପରେ ମଧ୍ୟ ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ନଥିଲେ । ଯାହା ବନ ବିଭାଗ କର୍ମଚାରୀ ଅବହେଳାକୁ ଦର୍ଶାଉଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.