ନୂଆଦିଲ୍ଲୀ : ୟୁଟ୍ୟୁବ୍‌ରେ ଖୁବ୍‌ ଶୀଘ୍ର ପରିବର୍ତ୍ତନ ଦେଖିବାକୁ ମିଳିବ। କମ୍ପାନୀ ଏବେ ପ୍ରଦର୍ଶିତ କରୁଥିବା ବିଜ୍ଞାପନର ପଲିସିକୁ ବଦଳାଇବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏହାପରେ ୟୁଟ୍ୟୁବ୍‌ରେ ଭିଡ଼ିଓ ଷ୍ଟ୍ରିମିଂର ଏକ୍ସପେରିଏନ୍ସ ପୂର୍ବାପେକ୍ଷା ଭଲ ହୋଇ ଯିବ। ୧୨ମେ’ରୁ ଆପଣଙ୍କୁ ୟୁଟ୍ୟୁବ୍‌ରେ ନୂଆ ପରିବର୍ତ୍ତନ ଦେଖିବାକୁ ମିଳିଯିବ। ଭ୍ୟୁଅରଙ୍କ ସହ କ୍ରିଏଟରଙ୍କୁ ମଧ୍ୟ ଖୁବ୍‌ ଦେବ । ଖୁବ୍‌ ଶୀଘ୍ର ଆପଣଙ୍କ ଭିଡ଼ିଓରେ ଡାଏଲଗ୍‌ ବା ସିନ୍‌ ମଧ୍ୟରେ ବିଜ୍ଞାପନ ଆସିବ ନାହିଁ ନ୍ୟାଚୁରାଲ ବ୍ରେକ୍‌ପଏଣ୍ଟରେ ବିଜ୍ଞାପନକୁ ପ୍ଲେଟ୍‌ କରି ଦିଆଯିବ।

ୟୁଟ୍ୟୁବ୍‌ ମୁତାବିକ , ଖୁବ୍‌ ଶୀଘ୍ର ୟୁଜର୍ସଙ୍କୁ ବିଜ୍ଞାପନର ସମସ୍ୟାରୁ ମୁକ୍ତି ମିଳିବ। ମେ ମାସରୁ ନ୍ୟାଚୁରାଲ ବ୍ରେକ୍‌ପଏଣ୍ଟରେ ହିଁ ବିଜ୍ଞାପନ ନଜର ଆସିବ। ଏହାକୁ ଆପଣ ଏମିତି ବୁଝିବେ – ଯେମିତି ଏବେସୁଦ୍ଧା ଆପଣ କିଛି ବି ଭିଡ଼ିଓ ଦେଖୁ ଥିଲେ ତ ମଝିରେ କେବେ ବି ଏବଂ କେଉଁଠି ବି ବିଜ୍ଞାପନ ଆସୁ ଥିଲା କିନ୍ତୁ କମ୍ପାନୀ ଏହାକୁ ବଦଳାଉଛି। ୟୁଟ୍ୟୁବ୍‌ ଏବେ କୌଣସି ଦୃଶ୍ୟ ବା ଡାଏଲଗ୍‌ ମଝିରେ ବିଜ୍ଞାପନକୁ ଦେଖାଇବ ନାହିଁ । ଏହି ବିଜ୍ଞାପନ ଗୁଡ଼ିକୁ କୌଣସି ସିନ୍‌ର ଟ୍ରାଜିସନ ବା ପଜ୍‌ରେ ପ୍ଲେସ୍‌ କରିଦିଆ ଯିବ। 

କାହିଁକି ନିଆଗଲା ଏମିତି ନିଷ୍ପତ୍ତି ?

ୟୁଟ୍ୟୁବ୍‌ ୟୁଜର୍ସଙ୍କର ସୁବିଧା ପାଇଁ ଏହି ପରିବର୍ତ୍ତନ କରୁଛି। ଭିଡ଼ିଓ ଚାଲୁଥିବା ବେଳେ ଆସୁଥିବା ବିଜ୍ଞାପନରେ ୟୁଜର୍ସଙ୍କର ଆନନ୍ଦରେ ବ୍ରେକ୍‌ ପଡୁଥିଲା , ଯେଉଁଥି ପାଇଁ ୟୁଚ୍ୟୁବ୍‌ରେ ଭିଡ଼ିଓ ଷ୍ଟ୍ରିମିଂ ଏକ୍ସପେରିଏନ୍ସ ଖରାପ ହେଉ ଥିଲା। କମ୍ପାନୀର ପୋଷ୍ଟ ମୁତାବିକ , ଏହି ପରିବର୍ତ୍ତନରେ ୟୁଟ୍ୟୁବ୍‌ରେ ଭ୍ୟୁଜ୍‌ ଅଧିକ ଆସିବ। ଯେଉଁଥି ପାଇଁ କ୍ରିଏଟରଙ୍କର ଆୟ ବଢିଯିବ।

ନୂଆ ଫିଚର କେଉଁ ଭିଡ଼ିଓରେ ଆସିବ ?

ୟୁଟ୍ୟୁବ୍‌ର ବଦଳୁ ଥିବା ଫିଚର ମେ ମାସରୁ ପୁରୁଣା ଭିଡ଼ିଓରୁ ଆରମ୍ଭ କରାଯିବ। କମ୍ପାନୀ ପୁରୁଣା ଭିଡ଼ିଓରେ ମଧ୍ୟ ମିଡ୍‌-ରୋଲ୍‌ ବିଜ୍ଞାପନକୁ ଆଡଜଷ୍ଟ କରିବାକୁ ଯାଉଛି। ଏଥିରେ ଯେଉଁ କ୍ରିଏଟର ବିଜ୍ଞାପନର ପ୍ଲେସମେଣ୍ଟରେ ନିଜର କଣ୍ଟ୍ରୋଲ ଚାହାନ୍ତି , ସେ ୟୁଟ୍ୟୁବ୍‌ ଷ୍ଟୁଡିଓକୁ ଯାଇ ସେଣ୍ଟିଂ କରି ପାରିବେ । ତାଙ୍କୁ ୧୨ ମେ’ ପୂର୍ବରୁ ଏହାକୁ ଅପ୍ଟ-ଆଉଟ୍‌ କରିବାକୁ ହେବ।

ୟୁଟ୍ୟୁବ୍‌ର କ୍ରିଏଟରଙ୍କ ପାଇଁ ପ୍ଲାନ୍‌ –

ୟୁଟ୍ୟୁବ୍‌ ଏହି ପରିବର୍ତ୍ତନରେ କ୍ରିଏଟରଙ୍କ ସାହାଯ୍ୟ କରିବାକୁ ଯାଉଛି। କମ୍ପାନୀ ମିଡ୍‌-ରୋଲ୍‌ ବିଜ୍ଞାପନ ପାଇଁ ମ୍ୟାନୁଅଲ ଓ ଅଟୋମେଟିକ୍‌ ଉଭୟ ଉପାୟରେ ମିକ୍ସ କରିବାର ପ୍ଲାନିଂ କରୁଛି। କ୍ରିଏଟରମାନେ ନୂଆ ଉପାୟର ବ୍ୟବହାର କରିବେ ତ ତାଙ୍କୁ ମ୍ୟାନୁଆଲ ପ୍ଲେସମେଣ୍ଟରେ ଡିପେଣ୍ଡ କରିବାକୁ ହେବ ନାହିଁ। ଏହା ବ୍ୟତୀତ ସେ ମ୍ୟାନୁଆଲ ପ୍ଲେସମେଣ୍ଟ ଥିବା କ୍ରିଏଟରଙ୍କ ତୁଳନାରେ ୫ ପ୍ରତିଶତ ଅଧିକ ଆୟ କରି ପାରିବେ। ଖାଲି ଏତିକି ନୁହେଁ ୟୁଟ୍ୟୁବ୍‌ କ୍ରିଏଟରଙ୍କ ପାଇଁ ଏକ ଟୁଲ୍‌ ମଧ୍ୟ ଆଣିବ। ଏହି ଟୁଲ୍‌ରେ କ୍ରିଏଟରଙ୍କୁ ଜଣା ପଡ଼ିବ କି ବିଜ୍ଞାପନ ପ୍ଲେସମେଣ୍ଟରେ ଭିୟୁଂ ଏକ୍ସପେରିଏନ୍ସ କେମିତି ଅଛି। ଏହା ମାଧ୍ୟମରେ କ୍ରିଏଟର ଟୁଲ୍‌ ପ୍ଲେସମେଣ୍ଟ ପାଇଁ ପରାମର୍ଶ ମଧ୍ୟ ହାସଲ କରି ପାରିବେ।