ପ୍ରମୂଖ ଖବର
  • ରବିବାର ଇସ୍ରୋର ୧୦୧ତମ ଉତ୍‌କ୍ଷେପଣ, ଶ୍ରୀହରିକୋଟାରୁ ଲଞ୍ଚ୍‌ ହେବ ଇସ୍ରୋର ଇଓଏସ୍‌-୯ ମିଶନ
  • ||
  • IPL 2025: ୧୦ ଦିନ ପରେ ଫେରିଲା ଫଟାଫଟ୍ କ୍ରିକେଟ୍, ଆଜି ରୟାଲ ଚ୍ୟାଲେଞ୍ଜର୍ସକୁ ଭେଟିବ ନାଇଟ୍‌ ରାଇଡର୍ସ
  • ||
  • ଭୁବନେଶ୍ୱର : ବାଇକ୍‌ରେ ଆସି କାର୍‌ କାଚ ଭାଙ୍ଗିଲେ ଦୁର୍ବୃତ୍ତ, ଅଭିଯୁକ୍ତ ଫେରାର
  • ||
  • ବାସୁଦେବପୁର : ଭୋଜି ଖାଇ ଫେରିବା ବେଳେ ଓଲଟିଲା ଚାରି ଚକିଆ ଗାଡି, ୧୦ରୁ ଉର୍ଦ୍ଧ୍ଵ ଗୁରୁତର
  • ||
  • ମେ' ୨୦ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ, ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରକ୍ରିୟା
  • ||
  • କାଳବୈଶାଖୀ ଆସିବ, ଆଶ୍ୱସ୍ତି ଦେବନି: ୬ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା କମ୍
  • ||

ଓ୍ବେଭ୍‌ସ ସମିଟ ମଞ୍ଚରୁ ବଡ଼ ଘୋଷଣା: ଭାରତରେ ୮୫୦ କୋଟି ଟଙ୍କା ନିବେଶ କରିବାକୁ ଯାଉଛି ୟୁ ଟ୍ୟୁବ୍

Published By : Prameya | May 2, 2025 7:53 PM

Image source: ABP Live

ନୂଆଦିଲ୍ଲୀ,୦୨/୦୫: ଗୁଗୁଲ୍ ମାଲିକାନାରେ ଥିବା ଲୋକପ୍ରିୟ ଅନଲାଇନ୍ ଭିଡିଓ-ସେୟାରିଂ ପ୍ଲାଟଫର୍ମ YouTube ଆଗାମୀ ଦୁଇ ବର୍ଷ ମଧ୍ୟରେ ଭାରତରେ କଣ୍ଟେଣ୍ଟ କ୍ରିଏସନ୍‌ ଇକୋନୋମୀକୁ ବିକଶିତ କରିବା ପାଇଁ ୮୫୦ କୋଟି ଟଙ୍କା ନିବେଶ କରିବ। ଗୁରୁବାର ଦିନ ମୁମ୍ବାଇରେ ଅନୁଷ୍ଠିତ ଓ୍ବାର୍ଲ୍ଡ ଅଡିଓ ଭିଜୁଆଲ୍ ଆଣ୍ଡ୍‌ ଏଣ୍ଟରଟେନ୍‌ମେଣ୍ଟ ସମିଟ (WAVES)ର ପ୍ରଥମ ସଂସ୍କରଣରେ ଭାଷଣ ଦେଇ, ୟୁ ଟ୍ୟୁବ ସିଇଓ ନୀଲ୍ ମୋହନ କହିଛନ୍ତି ଯେ କମ୍ପାନୀ ଗତ ତିନି ବର୍ଷ ମଧ୍ୟରେ ଭାରତରେ କ୍ରିଏଟର୍ସ, କଳାକାର ଏବଂ ମିଡିଆ କମ୍ପାନୀଗୁଡ଼ିକୁ ୨୧,୦୦୦ କୋଟି ଟଙ୍କାରୁ ଅଧିକ ଟଙ୍କା ଦେଇଛି।

କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ନିଲ୍‌ କହିଥିଲେ ଯେ ଭାରତ ଏକ 'କ୍ରିଏଟର୍ସ ନେସନ୍‌' ଭାବରେ ଉଭା ହୋଇଛି। ଗତ ବର୍ଷ, ୧୦୦ ମିଲିୟନରୁ ଅଧିକ ଭାରତୀୟ ଚ୍ୟାନେଲ YouTube ରେ ବିଭିନ୍ନ କଣ୍ଟେଣ୍ଟ ଅପଲୋଡ୍ କରିଥିଲେ ଏବଂ ଏଥିମଧ୍ୟରୁ ୧୫,୦୦୦ ଚ୍ୟାନେଲ ଦଶ ଲକ୍ଷ ସବସ୍କ୍ରାଇବର୍ ଅତିକ୍ରମ କରିସାରିଛି। ସିଇଓ ଆହୁରି କହିଛନ୍ତି ଯେ ଗତ ବର୍ଷ ଦେଶ ବାହାରେ ଭାରତରେ ତିଆରି ହୋଇଥିବା କଣ୍ଟେଣ୍ଟର ଓ୍ବାଚ୍‌ ଟାଇମ୍‌ ୪୫ ବିଲିୟନ ଘଣ୍ଟା ଥିଲା। 

ସିଇଓ ନୀଲ୍‌ ମୋହନ କହିଛନ୍ତି ଯେ, "YouTube ର ଯେକୌଣସି ସ୍ଥାନର କ୍ରିଏଟରଙ୍କୁ ସବୁ ସ୍ଥାନର ଦର୍ଶକଙ୍କ ସହିତ ଯୋଡ଼ିବାର କ୍ଷମତା ଏହାକୁ ସଂସ୍କୃତିକ ପ୍ରସାର ପାଇଁ ଏକ ଶକ୍ତିଶାଳୀ ଇଞ୍ଜିନ୍ କରିଛି,।" ଆଜି, ଭାରତ କେବଳ ଚଳଚ୍ଚିତ୍ର ଏବଂ ସଙ୍ଗୀତ ନିର୍ମାଣରେ ବିଶ୍ୱର ନେତୃତ୍ୱ ନେଉନାହିଁ, ବରଂ ଏହା ଦ୍ରୁତ ଗତିରେ ଏକ 'କ୍ରିଏଟର୍ସ ନେସନ୍‌' ହେବାକୁ ଯାଉଛି। ୟୁ ଟ୍ୟୁବ୍‌ ଏହି ନିର୍ମାତାମାନଙ୍କୁ ସେମାନଙ୍କର ଆଗ୍ରହକୁ ଏକ ସଫଳ ବ୍ୟବସାୟରେ ପରିଣତ କରିବା ଏବଂ ବିଶ୍ୱବ୍ୟାପୀ ପ୍ରଶଂସକ ସୃଷ୍ଟି କରିବାର ସୁଯୋଗ ଦେଇଛି।"

ଓ୍ବେଭ୍‌ସ ୨୦୨୫ ଏକ ଚାରି ଦିନିଆ କାର୍ଯ୍ୟକ୍ରମ ହେବାକୁ ଯାଉଛି ଯାହାର ଟ୍ୟାଗଲାଇନ୍‌ ରହିଛି 'Connecting Creators, Connecting Countries' ଅଟେ। ଏହି କାର୍ଯ୍ୟକ୍ରମ ସାରା ବିଶ୍ୱର କ୍ରିଏଟର, ଷ୍ଟାର୍ଟଅପ୍, ଶିଳ୍ପ ଚେହେରା ଏବଂ ପଲିସି ମେକର୍ସମାନଙ୍କୁ ଏକତ୍ରିତ କରି ଭାରତକୁ ମିଡିଆ, ମନୋରଞ୍ଜନ ଏବଂ ଡିଜିଟାଲ୍ ନବସୃଜନ ପାଇଁ ଏକ ବିଶ୍ୱବ୍ୟାପୀ କେନ୍ଦ୍ର ଭାବରେ ପ୍ରତିଷ୍ଠା କରିବାକୁ ସ୍ଥିର କରାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.