ନୂଆଦିଲ୍ଲୀ,୦୮/୦୩; ଦେଶରେ ଏବେ ଗୋଟିଏ ନାମକୁ ନେଇ ଚର୍ଚ୍ଚା । ସୋସିଆଲ ମିଡିଆରେ ଗୋଟିଏ ନାମକୁ ନେଇ ଖବର । ସେ ହେଉଛନ୍ତି ବିଗବସ୍ ଫେମ୍ ତଥା ୟୁଟ୍ୟୁବର ଅନୁରାଗ ଡୋଭାଲ । ତାଙ୍କୁ ନେଇ ଏକ ଚକିତ କଲା ପରି ଭିଡିଓ ସାମ୍ନାକୁ ଆସିଛି । ଇନଷ୍ଟାଗ୍ରାମ ଲାଇଭ ଭିଡିଓରେ ନିଜ ସହିତ କିଛି ଏମିତି କରିଛନ୍ତି ଅନୁରାଗ ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଏହି ଅନୁରାଗ ଡୋଭାଲ କିଏ ? କାହିଁକି ସେ ଚର୍ଚ୍ଚାରେ ? କାହିଁକି ନିଜ ସହିତ ସେ ଏପରି କଲେ ତାକୁ ନେଇ ପଢନ୍ତୁ ରିପୋର୍ଟ ।
ଡେରାଡୁନର ଜଣାଶୁଣା ୟୁଟ୍ୟୁବର ତଥା ବିଗବସ୍ ୧୭ ଫେମ୍ ଅନୁରାଗ ଡୋଭାଲ, ଯାହାଙ୍କୁ ସମସ୍ତେ UK07 ରାଇଡର ଭାବେ ଜାଣନ୍ତି । ତାଙ୍କୁ ନେଇ ଚିନ୍ତିତ କଲା ପରି ଖବର ସାମ୍ନାକୁ ଆସିଛି । ଗାଜିଆବାଦରେ ସେ ଭୟଙ୍କର ସଡ଼କୁ ଦର୍ଘଟଣାର ଶିକାର ହୋଇଛନ୍ତି । ବର୍ତ୍ତମାନ ସେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । କୁହାଯାଉଛି ସେ ଜାଣିଶୁଣି ଜୀବନ ହାରିବାକୁ ଚେଷ୍ଟା କରିଛନ୍ତି । ଇନଷ୍ଟାଗ୍ରାମରେ ଲାଇଭ ଭିଡିଓ କରି ସେ ଏମିତି କରିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି କି, ହାଇସ୍ପିଡ କାର ଡିଭାଇଡରରେ ପିଟି ହେଉଛି । ଅନୁରାଗଙ୍କ ମାନସିକ ସ୍ଥିତିକୁ ନେଇ ସେ ଏପରି କରିଥିବା କୁହାଯାଉଛି । ଇନଷ୍ଚାଗ୍ରାମରେ ଲାଇଭ ଆସି ୧୫୦ କିଲୋମିଟର ବେଗରେ କାର ଚଳାଉଛନ୍ତି । ଦ୍ରୁତ ଗତିରେ କାରଟି ମିରଠ ଏକ୍ସପ୍ରେସରେ ନିୟନ୍ତ୍ରଣ ହରାଇ ଡିଭାଇଡରରେ ପିଟି ହେଉଛି । ଏହାକୁ ତାଙ୍କ ଫଲୋର୍ସ ଲାଇଭ ଦେଖିଛନ୍ତି । ସେ ଲାଇଭରେ ଏହା ବି କହୁଛନ୍ତି 'ଲେଟ୍ସ ଗୋ ଫର୍ ଫାଇନାଲ ଟାଇମ୍' । ବର୍ତ୍ତମାନ ଆଇସିୟୁଏ ଚିକିତ୍ସାଧୀନ ଅଛନ୍ତି ଅନୁରାଗ
ଏହା ବି ପଢନ୍ତୁ...ରାଷ୍ଟ୍ରପତିଙ୍କ ଅପମାନରେ କଠୋର କେନ୍ଦ୍ର; ମମତା ସରକାରଙ୍କୁ ଗୃହ ସଚିବଙ୍କ ୩ ପ୍ରଶ୍ନ, ୫ଟା ସୁଦ୍ଧା ମାଗିଲେ ରିପୋର୍ଟ
ଅନୁରାଗଙ୍କ ବ୍ୟକ୍ତିଗତ ଜୀବନରେ ସମସ୍ୟା- କୁହାଯାଉଛି କି, ଅନୁରାଗ ଡୋଭାଲ ମାର୍ଚ୍ଚ ୪ ତାରିଖରେ ତାଙ୍କର ୟୁଟ୍ୟୁବ ଚ୍ୟାନେଲରେ ଏକ ୨ ଘଣ୍ଚାର ଲମ୍ବା ଭିଡିଓ ପକାଇଥିଲେ । ସେଥିରେ ସେ ତାଙ୍କ ବ୍ୟକ୍ତିଗତ ଜୀବନ, ପରିବାର ସହ ବିବାଦ, ବିବାହ ଏବଂ ଘର ଛାଡିବା, ଆର୍ଥିକ ସଂଙ୍କଟ ଏବଂ ମାନସିକ ଚାପ ସହ ଜଡିତ କଥା କହିଥିଲେ । ଭିଡିଓରେ ସେ କାନ୍ଦୁଥିବା ମଧ୍ୟ ଦେଖିବାକୁ ମିଳିଛି । ସେ କହିଥିଲେ କି, ଗତ କିଛି ବର୍ଷ ହେବ ତାଙ୍କ ଜୀବନ ବଦଳିଯାଇଛି । ସ୍ଥିତି ଏମିତି ହୋଇଛି କି, ତାଙ୍କୁ ବ୍ୟକ୍ତିଗତ ଜୀବନ ସାର୍ବଜନିନ କରିବାକୁ ପଡିଛି । ପରିବାର ସହିତ ହୋଇଥିବା କଥାବାର୍ତ୍ତାର ରେକଡିଂ ମଧ୍ୟ ଭିଡିଓରେ ଶୁଣାଇଛନ୍ତି । ଦୀର୍ଘ ଦିନ ହେବ ମାନସିକ ଚାପିରେ ଥିବା କହିଛନ୍ତି ।