ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ରାଜ୍ୟସଭାରୁ ଇସ୍ତଫା ଦେଲେ YSRCP ନେତା ଏବଂ ଜଗନ ରେଡ୍ଡୀଙ୍କ ଘନିଷ୍ଠ ଭି. ବିଜୟସାଇ

Published By : Tapas Panda | January 25, 2025 4:40 PM

Image Courtesy: indiatvnews

ନୂଆଦିଲ୍ଲୀ: ବ୍ୟକ୍ତିଗତ କାରଣ ଦର୍ଶାଇ ଶନିବାର ଓ୍ବାଇଏସ୍‌ଆର କଂଗ୍ରେସ ନେତା ଭି. ବିଜୟସାଇ ରେଡ୍ଡୀ ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କୁ ସେ ନିଜର ଇସ୍ତଫ ପତ୍ର ପ୍ରଦାନ କରିଛନ୍ତି । ଆହୁରି ୩ରୁ ଅଧିକ ବର୍ଷ କାର୍ଯ୍ୟକାଳ ଥିବା ବେଳେ ବ୍ୟକ୍ତିଗତ କାରଣ ଯୋଗୁଁ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛି ବୋଲି ଗଣମାଧ୍ୟମ ସାମ୍ନାରେ କହିଛନ୍ତି ବିଜୟସାଇ ରେଡ୍ଡୀ । ତାଙ୍କର ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି ଜଗଦୀପ ଧନଖଡ଼ ।

 ବିଜୟସାଇ ରେଡ୍ଡୀ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ନିକଟତମ ସହଯୋଗୀ । ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିବା ବିଜୟସାଇ ରେଡ୍ଡୀ ଗତକାଲି (ଶୁକ୍ରବାର) ରଜାନୀତିରୁ ସନ୍ନ୍ୟାସ ଗ୍ରହଣ କରିବା ସହ ଓ୍ବାଇଏସ୍‌ଆର କଂଗ୍ରେସକୁ କୃତଜ୍ଞତା ଜଣାଇଥିଲେ ।  ଏହା ସହ ସେ କହିଥିଲେ, ‘ମୁଁ ଅନ୍ୟ କୌଣସି ରାଜନୈତିକ ଦଳରେ ସାମିଲ ହେବି ନାହିଁ । ଇସ୍ତଫା ଦେଇ ଅନ୍ୟ କେଉଁ ଦଳରୁ କୌଣସି ପଦ ପଦବୀ ନେବାକୁ ମୋର ଇଚ୍ଛା ନାହିଁ । ଏ ନିଷ୍ପତ୍ତି ସଂପୂର୍ଣ୍ଣ ରୂପେ ବ୍ୟକ୍ତିଗତ । କାହା ଚାପରେ କିମ୍ବା ପ୍ରଲୋଭନ ଲାଗି ଇସ୍ତଫା ଦେଇ ନାହିଁ । ମୁଁ ସର୍ବଦା ଓ୍ବାଏସଆର କଂଗ୍ରେସ ପ୍ରତି ସମର୍ପଣ ରହିବି । ଦୀର୍ଘ ୪ ଦଶନ୍ଧୀ ଧରି ଦଳ ମୋତେ ବହୁତ କିଛି ଦେଇଛି ।’ 

 ଏହ ସହ ସେ ଜଗନ ରେଡ୍ଡୀଙ୍କୁ ଖୁବ ପ୍ରଶଂସା କରିଛନ୍ତି ।   ଜଗନ ମୋହନ ରେଡ୍ଡୀଙ୍କ ଲାଗି ଦୁଇ ଥର ରାଜ୍ୟସଭା ସାଂସଦ ହେବାର ସୌଭାଗ୍ୟ ପାଇଛି ବୋଲି କହିଛନ୍ତି ବିଜୟସାଇ ରେଡ୍ଡୀ । ସେପଟେ ବିଜୟସାଇ ରାଜ୍ୟସଭାରୁ ଇସ୍ତଫା ଦେବା ଏବଂ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିବା ଜଗନ ମୋହନ ରେଡ୍ଡୀଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବ । ଏହାର କାରଣ ହେଉଛି, ଦିଲ୍ଲୀରେ ଜଗନ ରେଡ୍ଡୀଙ୍କ ସ୍ବର ଥିଲେ ବିଜୟସାଇ । ଓ୍ବାଇଏସଆର କଂଗ୍ରେସର ନେତାମାନେ ବିଜୟସାଇଙ୍କୁ ପୁଣି ଥରେ ଚିନ୍ତା କରିବାକୁ ଅନୁରୋଧ କରିଛନ୍ତି । ଜଗନ ମୋହନ ରେଡ୍ଡୀଙ୍କୁ ପୁଣି ଥରେ ରାଜ୍ୟର ମୁଖ୍ୟମନ୍ତ୍ରୀ କରାଇବା ଲାଗି ଦଳୀୟ ନେତାଙ୍କ ଏକତା ଉପରେ ଜୋର ଦେଇଛନ୍ତି ଓ୍ବାଇଏସ୍‌ଆର କଂଗ୍ରେସ ନେତ୍ରୀ ମାଦିଲା ଗୁରୁମୂର୍ତ୍ତୀ ।   

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.