ନୂଆଦିଲ୍ଲୀ,୧।୧୧: ବାଂଲାଦେଶ ଅପରାଧିକ ଯାଞ୍ଚ ବିଭାଗ(ସିଆଇଡି) ଦୁଇଟି ପ୍ରମୁଖ ଜାତୀୟ ସମାଚାର ପତ୍ରରେ ନୋଟିସ୍ ଜାରି କରିଛି। ଏଥିରେ ପ୍ରଧାନମନ୍ତ୍ରୀ ଶେଖ ହାସିନା ଓ ଅନ୍ୟ ୨୬୦ ଜଣଙ୍କୁ ଦେଶଦ୍ରୋହର ମାମଲାରେ ପଳାତକ ଘୋଷିତ କରିଛି। ଏହି ନିଷ୍ପତ୍ତି ‘ଜୟ ବାଂଲା ବ୍ରିଗେଡ୍’ ନାମକ ଅନଲାଇନ୍ ପ୍ଲାଟଫର୍ମକୁ ନେଇ ରହିଛି। ମହମ୍ମଦ ୟୁନୁସ୍ଙ୍କ ନେତୃତ୍ବରେ ଅନ୍ତରୀଣ ସରକାର ଏହି ପ୍ଲାଟଫର୍ମରେ ସରକାରଙ୍କୁ ଅସ୍ଥିର କରିବା ଓ ହିଂସା ସୃଷ୍ଟି କରିବାର ଷଡଯନ୍ତ୍ର କରୁଥିବା ଅଭିଯୋଗ କରିଛି।
ସିଆଇଡିର ସ୍ବତନ୍ତ୍ର ଅଧିକ୍ଷକ ଜସିମା ଉଦ୍ଧିନ୍ ଖାନ୍ଙ୍କ ଦ୍ବାରା ସାଇନ୍ କରାଯାଇଥିବା ଏହି ନୋଟିସ୍କୁ ଇଂରାଜୀ ଓ ବଙ୍ଗାଳୀରେ ପ୍ରକାଶିତ କରାଯାଇଛି। ଏଥିରେ କୁହାଯାଇଛି ଏହାକୁ ଢାକା ମଟ୍ରୋପଲିଟାନ୍ ମାଜିଷ୍ଟେ୍ରଟ କୋର୍ଟଙ୍କ ନିର୍ଦେଶ ପରେ ପ୍ରକାଶିତ କରାଯାଇଛି। ଳି କୁହାଯାଉଛି ଯେ, ୟୁନୁସ ସରକାର ଭାରତର ପଳାତକ ଜାକିର ନାଇକକୁ ବଞ୍ଚାଇବା ପାଇଁ ଏହି ପଦକ୍ଷେପ ନେଇଛି। ଯିଏକି କିଛି ଦିନ ପରେ ବାଂଲାଦେଶ ଯିବାର ଅଛି।
ବିବାଦୀୟ ଇସ୍ଲାମୀ ଉପଦଶେକ ଜାକିର ନାଇକ ଚଳିତ ମାସ ବାଂଲାଦେଶର ଯାତ୍ରାରେ ଅଛି। ଏହାକୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜସଓ୍ବାଲ ନିଜର ସପ୍ତାହିକ ପ୍ରେସବାର୍ତ୍ତାରେ କହିଛନ୍ତି, ସେ ଯେଉଁଠିକୁ ଯିବ, ଭାରତ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ସେ ଏକ ପଳାତକ। ସେ ଭାରତରେ ମୋଷ୍ଟ ଓ୍ବାଣ୍ଟେଡ୍। ତେଣୁ ଆମେ ଆଶା କରୁଛୁ, ଯେଉଁଠି ସେ ରହିବ ତା ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ଆମର ସୁରକ୍ଷା ଚିନ୍ତାର ସମାଧାନ କରିବୁ। ନାଇକ୍ କଥିତ ଭାବରେ ହେଟ୍ ସ୍ପିଚ୍ ଜରିଆରେ ଚରମପନ୍ଥୀଙ୍କୁ ଉକସାଇବା ଅଭିଯୋଗରେ ଭାରତୀୟ ଅଧିକାରୀଙ୍କ ଦ୍ବାରା ଓ୍ବାଣ୍ଟେଡ୍ ଘୋଷିତ ହୋଇଛି। ସେ ୨୦୧୬ ରେ ଭାରତ ଛାଡି ଚାଲିଯାଇଥିଲା।