ନୂଆଦିଲ୍ଲୀ,୨୦/୦୬; ଏବେ ଏବେ ସରିଛି ଆଇପିଏଲ ୨୦୨୬ । ଆସନ୍ତା ସିଜିନ୍ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ ୨୦୨୭ ଟିକେ ଖାସ୍ ହେବାକୁ ଯାଉଛି । ନୂଆ ରୂପରେ ଆସିପାରେ ଆଇପିଏଲ ସିଜିନ୍ ୨୦ । ପୂର୍ବତନ ଟିମ୍ ଇଣ୍ଡିଆ ଅଲରାଉଣ୍ଡର ଯୁବରାଜ ସିଂହ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL)ରେ ଏକ ନୂଆ ଭୂମିକା ଗ୍ରହଣ କରିପାରନ୍ତି। ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ଦିଲ୍ଲୀ କ୍ୟାପିଟାଲ୍ସ (DC) ଯୁବରାଜଙ୍କୁ ସପୋର୍ଟ ଷ୍ଟାଫରେ ଯୋଡିବାକୁ ପ୍ରସ୍ତୁତ ହେଉଛି । ଯହି ଏପରି ହୁଏ ତେବେ ଯୁବରାଜଙ୍କ କୋଚିଂ କ୍ୟାରିୟରର ଏହା ପ୍ରମୁଖ ଏବଂ ହାଇ-ପ୍ରୋଫାଇଲ୍ ନିଯୁକ୍ତି ହେବ ।

ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ IPL ସିଜିନ୍‌ରୁ ଟାଇଟଲ୍ ହାସଲ କରିବା ପାଇଁ ଚେଷ୍ଟା କରୁଛି, କିନ୍ତୁ ଦଳ ଲଗାତାର ଆଶା ପୂରଣ କରିବାରେ ବିଫଳ ହୋଇଛି । ଫଳସ୍ୱରୂପ, ଦିଲ୍ଲୀ କ୍ୟାପିଟାଲ୍ସ ଏବେ ତାର ସପୋର୍ଟ ଷ୍ଟାଫରେ ବଡ଼ ପରିବର୍ତ୍ତନ ନେଇ ଯୋଜନା କରୁଛି । ଯୁବରାଜ ସିଂହଙ୍କୁ ବଡ଼ ଦାୟିତ୍ୱ ଦେବାକୁ ଯାଉଛି ଦିଲ୍ଲୀ । ଜେଏସଡବ୍ଲୁ ଗ୍ରୁପ୍ ଆଗାମୀ ଦୁଇବର୍ଷ ପାଇଁ ପୁଣିଥିରେ ଦିଲ୍ଲୀ କ୍ୟାପିଟାଲ୍ସ ପରିଚାଳନା କରିବ । ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଦିଲ୍ଲୀ ହେଡ୍ କୋଚ୍ ହେବେ ବୋଲି ଆଶା କରାଯାଉଛି । ଗାଙ୍ଗୁଲି ଏବଂ ଯୁବରାଜ ସିଂହଙ୍କ ମିଳିତ ଭାବେ ଦିଲ୍ଲୀରେ ଏଣ୍ଟ୍ରୀ କ୍ୟାପିଟାଲ୍ସ ପାଇଁ ନୂଆ ଅଧ୍ୟାୟ ସୃଷ୍ଟି କରିପାରେ । ଜଣେ ଫ୍ରାଞ୍ଚାଇଜ୍ ଅଧିକାରୀ କହିଛନ୍ତି ଯୁବରାଜ ଦଳକୁ ଫେରିବା ନେଇ ଆଲୋଚନା ଚାଲିଛି ।

ଏହା ବି ପଢନ୍ତୁ...Govt Job: ବିହାର ପୁଲିସ୍ରେ ଡିଏସ୍ପି ହେବେ ଟିମ୍ ଇଣ୍ଡିଆର ଏହି ୨ ଧୁରନ୍ଧର, ସମ୍ରାଟ୍ ସରକାରଙ୍କ ବଡ଼ ନିଷ୍ପତ୍ତି  

ଅଭିଷେକ ଏବଂ ଶୁଭମନଙ୍କୁ ତାଲିମ ଦେଇଛନ୍ତି ଯୁବରାଜ- ଯୁବରାଜ ସିଂହ ଏପର୍ଯ୍ୟନ୍ତ କୌଣସି IPL ଦଳର ଆନୁଷ୍ଠାନିକ ପ୍ରଶିକ୍ଷକ ହୋଇ ନାହାଁନ୍ତି, କିନ୍ତୁ ସେ ଖେଳାଳିମାନଙ୍କୁ ତାଲିମ ଦେଇଛନ୍ତି । ଭାରତର ଯୁବ ତାରକା ଅଭିଷେକ ଶର୍ମା, ଶୁଭମନ ଗିଲ ଏବଂ ପ୍ରଭସିମରନ ସିଂହ ଅନେକ ଥର ସ୍ୱୀକାର କରିଛନ୍ତି ଯେ, ଯୁବରାଜ ସେମାନଙ୍କ ଖେଳ ଏବଂ ମାନସିକତାକୁ ଉନ୍ନତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ବିଶେଷ କରି ଅଭିଷେକଙ୍କ କ୍ୟାରିୟରରେ ଯୁବରାଜଙ୍କ ଭୂମିକାକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । କ୍ରିକେଟ ଜଗତରେ ଯୁବରାଜଙ୍କୁ କେବଳ ଜଣେ ପ୍ରଶିକ୍ଷକ ଭାବରେ ନୁହେଁ, ବରଂ ଜଣେ ପରାମର୍ଶଦାତା ଭାବରେ ଦେଖାଯାଏ । ଯିଏକି ଖେଳାଳିଙ୍କୁ କେବଳ କୌଶଳ ନୁହେଁ ବରଂ ଚାପ ନିୟନ୍ତ୍ରଣ କରିବା ଏବଂ ବଡ଼ ମଞ୍ଚରେ ପ୍ରଦର୍ଶନ କରିବାର କୌଶଳ ମଧ୍ୟ ଶିଖାନ୍ତି ।

IPL ୨୦୨୭କୁ ବିସିସିଆଇ ପ୍ଲାନ୍- ସେପଟେ ଆଇପିଏଲ୍ ୨୦୨୭କୁ ନେଇ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ ବଡ ପ୍ଲାନ୍ କରୁଛି । ଆସନ୍ତାବର୍ଷ ମାର୍ଚ୍ଚ ୧୦ରୁ ରୁ ୧୫ ଭିତରେ ଆରମ୍ଭ ହୋଇପାରେ ଇଣ୍ଡିଆନ ପ୍ରିମିୟର ଲିଗ୍ । ମ୍ୟାଚ୍ ସଂଖ୍ୟା ବଢିବା ନେଇ ଚର୍ଚ୍ଚା ହେଉଛି । ବିସିସିଆଇ ଅନୁଯାୟୀ, ଆସନ୍ତାବର୍ଷ ସିଜିନ ଶୀଘ୍ର ଆରମ୍ଭ ହେବ । ଏହା ଖେଳାଳିମାନଙ୍କୁ ପ୍ରଚଣ୍ଡ ଗରମ ଏବଂ ଗ୍ରୀଷ୍ମପ୍ରବାହରୁ ମୁକ୍ତି ଦେବ । ମ୍ୟାଚ୍ ସଂଖ୍ୟାକୁ ନେଇ ବିସିସିଆଇ ସଚିବ ଦେବଜିତ୍ ସାଇକିଆ କହିଛନ୍ତି, ୭୪ଟି ମ୍ୟାଚ୍ ବଦଳରେ ୯୪ଟି ମ୍ୟାଚ୍ ସମ୍ଭାବ୍ୟ ହେବା ନେଇ ଆଲୋନଚା ହେଉଥିଲା କିନ୍ତୁ ବର୍ତ୍ତମାନ ଏହା ସମ୍ଭବ ନୁହେଁ ।